
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ରାଜ୍ୟସଭା
ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଜୋର ଧରିଲା ବୟାନ ବାଜି । ଚତୁର୍ଥ ଆସନ କୁ ବିଜେଡି-
ବିଜେପି ଟଣା ଓଟରା । ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି ବିଜେପି ବିଭିନ୍ନ ଗଣିତ କଶୁଛି ।
ତାଙ୍କ ଦଳ ଘୋଡ଼ା ବେପାରରେ ବିଶ୍ୱାସ କରେ ସେଥିପାଇଁ ସେମାନେ ଚତୁର୍ଥ ଆସନ ଦାବି କରୁଛନ୍ତି ।
କିନ୍ତୁ ବିଜେଡି ଦୁଇଟି ଆସନ ସୁନିଶ୍ଚିତ ନେବ । ବିଜେଡି ଦୁଇ ଜଣ ପ୍ରାର୍ଥି ମଇଦାନକୁ ଓହ୍ଲାଇବ
। ରାଜନୀତିର ଗଣିତ କେତେବେଳେ କଣ ହେବ କିଛି କହି ହେବନି । ମାତ୍ର ବିଜେଡି ସେ ଅଙ୍କ କଷିବାରେ
ମାହିର । ବିଜେଡି କେଉଁ ରଣନୀତି ଆପଣେଇଛି ନାମାଙ୍କନ ବେଳକୁ ଜାଣି ପାରିବେ । ନବୀନ ପଟ୍ଟନାୟକ
ବରିଷ୍ଠ କନିଷ୍ଠ ସମସ୍ତଙ୍କୁ ନେଇ କି ଗଣିତ କଷିବାରେ ମାହିର । ସବୁ ଦିଗକୁ ବି ବିଚାର କରି ପ୍ରାର୍ଥି
ଦେବ ବିଜେଡି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା