
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ବଜାରରେ
ବିକ୍ରି ହେଉଛି ଭେଜାଲ କ୍ଷୀର । ଗୃହରେ ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ
ଗୋକୁଳାନନ୍ଦ ମଲ୍ଲିକ । 2025 ରେ 88 ଘରୋଇ କମ୍ପାନୀର କ୍ଷୀରକୁ ଯାଞ୍ଚ କରାଯାଇଥିଲା । ସେଥିରୁ 8
ଟି ନମୁନା ନିମ୍ନମାନର ବାହାରିଥିଲା । ବର୍ତ୍ତମାନ ଓଡ଼ିଶାରେ ଓମ୍ଫେଡ ବ୍ୟତୀତ 22 ଟି କମ୍ପାନୀ ଦୁଗ୍ଧଜାତୀୟ ଦ୍ରବ୍ୟର ବ୍ୟବସାୟ କରୁଛନ୍ତି । ସେଥିରୁ 10 ଟି ଓଡ଼ିଶାର କମ୍ପାନୀ ହୋଇଥିବାବେଳେ 12 ଟି ରାଜ୍ୟ ବାହାର
କମ୍ପାନୀ ଅଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା