ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଯୁବ କଂଗ୍ରେସର ଚିଠି
ଭୁବନେଶ୍ୱର,୧୮ ଫେବୃଆରୀ (ହି.ସ.) - ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦୀପ୍ ସାମଲ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ତଥା ଗ୍ରାମୀଣ କ୍ୟାମ୍ପସ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦାବୀ ଜଣା
ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଯୁବ କଂଗ୍ରେସର ଚିଠି


ଭୁବନେଶ୍ୱର,୧୮ ଫେବୃଆରୀ (ହି.ସ.) - ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦୀପ୍ ସାମଲ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ତଥା ଗ୍ରାମୀଣ କ୍ୟାମ୍ପସ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦାବୀ ଜଣାଇଛନ୍ତି। ଶ୍ରୀ ସାମଲ ତାଙ୍କ ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ଗତ ସରକାର ସମୟରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଏକ ଗ୍ରାମୀଣ କ୍ୟାମ୍ପସ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ସିହା ଠାରେ ନିର୍ମାଣ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଏହି ନିଷ୍ପତି ତତ୍କାଳୀନ ସରକାର ନେବା ପରେ ଉକ୍ତ ଅଞ୍ଚଳ ରେ ରାଜ୍ୟ ସରକାର ପଚାଶ ଏକରରରୁ ଉର୍ଦ୍ଧ ଜମି ମଧ୍ୟ ଯୋଗାଇ ଦେବା ସହ ପାଖାପାଖି ତିନିଶହ କୋଟିରୁ ଉର୍ଦ୍ଧ ଟଙ୍କା ର ବ୍ୟୟ ଅଟକଳ ମଧ୍ୟ କରିଥିଲେ। ସେତେବେଳର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ୨୦୧୭ ମସିହା ଜୁଲାଇ ମାସ ୩୧ ତାରିଖ ରେ ଶିଳାନ୍ୟାସ କରିବା ପରେ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା , ଗ୍ରାମୀଣ ବିଶ୍ୱବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟ୍ୟ ଶେଷ ହେବା ପର୍ଯ୍ୟନ୍ତ ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଶିକ୍ଷାଦାନ କରାଯାଉଥିଲା,। ତଥ୍ୟ ଅନୁସାରେ ବିଶ୍ୱବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସ୍ଥଳେ ବିଗତ ଦେଢ଼ ବର୍ଷ ହେବ ନାମ ଲେଖା ସହ ପାଠ ପଢା ମଧ୍ୟ ବନ୍ଦ ରହିଛି । କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମିତ ଗ୍ରାମୀଣ କ୍ୟାମ୍ପସର କୋଠାଘର ଗୁଡ଼ିକ ଆଜି ଜରାଜୀର୍ଣ୍ଣ ଅବସ୍ଥା ରେ ପଡ଼ି ରହିଛି। ଉକ୍ତ ସ୍ଥାନରେ ଉତ୍କଳ ବିଶ୍ୱବିଦ୍ୟାଳୟ ର ଗ୍ରାମୀଣ କ୍ୟାମ୍ପସ କାର୍ଯ୍ୟକ୍ଷମ ହେଲେ ସେଠାରେ ଏକ ଶୈଖିକ ବାତାବରଣ ସୃଷ୍ଟି ହେବା ସହ ରାଜ୍ୟ ର ବିଭିନ୍ନ ଜିଲ୍ଲା ର ଛାତ୍ର ଛାତ୍ରୀ ମାନେ ଉଚ୍ଚଶିକ୍ଷା ପ୍ରାପ୍ତ ନିମନ୍ତେ ସୁବିଧା ସୁଯୋଗ ମଧ୍ୟ ପାଇପାରିବେ, ଶ୍ରୀ ସାମଲ ଏହି ପତ୍ର ମାଧ୍ୟମ ରେ ଦାବୀ କରିଛନ୍ତି ଯେ ରାଜନୈତିକ ମତଭେଦରୁ ଉର୍ଦ୍ଧରେ ରହି ସରକାରୀ ରଜକୋଷ ର ଅର୍ଥ ର ଅପବ୍ୟୟ ନ ହେବା କୁ ଦେଇ ଯଥା ଶୀଘ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ର ଗ୍ରାମୀଣ କ୍ୟାମ୍ପସ କୁ ଉକ୍ତ ସ୍ଥାନ ରେ ତୁରନ୍ତ କାର୍ଯ୍ୟ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande