
ମୁଖୀଗୁଡ଼ା,୧୯ ଫେବୃଆରୀ(ହି.ସ.) – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ନୋଡାଲ ସେଂଟର ଅଧିନରେ ଥିବା ୮ଟି ପରୀକ୍ଷାକେନ୍ଦ୍ରରେ ପ୍ରଥମ ଦିନରେ ୩୭ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ୮ଟି ମ୍ୟାଟ୍ରିକ୍ ପରୀକ୍ଷାକେନ୍ଦ୍ରରେ ମୋଟ ୧୪୪୪ ଜଣ ପରୀକ୍ଷାର୍ଥୀ ପରୀକ୍ଷାଦେବାକୁ ଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୪୦୭ ଜଣ ପରୀକ୍ଷା ଦେଇଥିବା ବେଳେ ୩୭ ପରୀକ୍ଷା ଦେଇନାହାଁନ୍ତି। ଜୟପାଟଣା ନୋଡାଲ ସେଣ୍ଟର ଉମାଶଙ୍କର ଉଚ୍ଚ ବିଦ୍ୟାଳୟରେ ୨୨୦ ରୁ ୨୧୬ ପରୀକ୍ଷା ଦେଇଥିବା ବେଳେ ୪ ଜଣ ଅନୁପସ୍ଥିତ ଥିଲେ, ଖଲିଆଭଟ୍ଟା ଏସଏସଡି ଉଚ୍ଚ ବିଦ୍ୟାଳୟରେ ୨୯୪ ରୁ ୨୮୭ ଜଣ ପରୀକ୍ଷା ଦେଇଥିବା ବେଳେ ୭ ଜଣ ଅନୁପସ୍ଥିତ ଥିଲେ ,ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଜୟପାଟଣା କେନ୍ଦ୍ରରେ ୧୮୨ରୁ ୧୭୯ ପରୀକ୍ଷା ଦେଇଥିବା ବେଳେ ୩ ଜଣ ଅନୁପସ୍ଥିତଥିଲେ, ପଂଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପାଟଣା କେନ୍ଦ୍ରରେ ୧୧୧ ଜଣରୁ ୧୦୯ ଜଣ ପରୀକ୍ଷା ଦେଇଥିବା ବେଳେ ୨ଜଣ ଅନୁପସ୍ଥିତ ଥିଲେ, ଉପର ଇନ୍ଦ୍ରାବତୀ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ ମୂଖୀଗୁଡା କେନ୍ଦ୍ର ରେ ୨୩୦ ଜଣ ଙ୍କ ମଧ୍ୟରୁ ୨୨୮ ଜଣ ପରୀକ୍ଷା ଦେଇଥିବା ବେଳେ ୨ଜଣ ଅନୁପସ୍ଥିତ ଥିଲେ । ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ଉଛୁଳା ରେ ୧୬୫ ଜଣଙ୍କ ମଧ୍ୟରୁ ୧୪୬ ଜଣ ଉପସ୍ଥିତ ଥିବା ବେଳେ ୧୯ ଜଣ ଅନୁପସ୍ଥିତ, ପଂଚାୟତ ହାଇସ୍କୁଲ ବାନେର କେନ୍ଦ୍ର ରେ ୧୧୧ ଜଣ ମଧ୍ୟରୁ ସମସ୍ତେ ପରୀକ୍ଷା ଦେଇଥିବା ବେଳେ ପଲ୍ଲୀ ଶ୍ରୀ ଉଚ୍ଚ ବିଦ୍ୟାଳୟ କର୍ମେଲରେ ୧୩୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଶତ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି।
.......................................
ହିନ୍ଦୁସ୍ଥାନ ସମାଚାର / ନିହାର