
ଧର୍ମଶାଳା,୧୯ଫେବ୍ରୃଆରୀ(ହି.ସ.) - ଆଜିଠାରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି । ସକାଳ ସାଢେ ସାତରେ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀମାନେ ଧାଡି ବାନ୍ଧି ପରୀକ୍ଷା ହଲକୁ ପ୍ରବେଶ କରିଥିଲେ । ରସୁଲପୁର ବ୍ଲକ ବ୍ରହ୍ମବରଦା ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୮୦ଜଣ , ବ୍ରହ୍ମବରଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୯୪ଜଣ ଓ ବନ୍ଧଡିହ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୬୫ ଜଣ ପରୀକ୍ଷାଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହି ତିନୋଟି ବିଦ୍ୟାବଜ୍ଞବହବଳୟରେ ମୋଟ ୫୩୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଅନୁପସ୍ଥିତ ରହି ଥିବା ଜଣାପଡିଛି । ବ୍ରହ୍ମବରଦା ବାଳିକା ଉଚ୍ଚ ବିଦ୍ୟାଳୟରୁ ୨ଜଣ ଓ ଓ ହାଜିରିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ୪ଜଣ ଅନୁପସ୍ଥିତ ରହିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ