

ସୁବର୍ଣ୍ଣପୁର, 19 ଫେବ୍ରୁଆରି (ହି.ସ.)
ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଆୟୋଜିତ ୧୭ ତମ ସର୍ବ ଭାରତୀୟ ରାମଧୂନ୍ କପ୍ ଫୁଟବଲ ଟୁର୍ଣ୍ଣlମେଣ୍ଟ ବି- ପୁଲ ର ପ୍ରଥମ ମ୍ୟାଚରେ ଆଜି ଭୁବନେଶ୍ୱର ଜଗା ୟୁନାଇଟେଡ ଓ କଲିକତା ନାଇଜେରିଆନ ଇଲେଭେନ ଦଳ ମଧ୍ୟରେ ଅନୁଷ୍ଟିତ ହୋଇ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇ ଥିଲା l ଆଜି ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଯୋଗ ଦେଇ ପ୍ରଥମେ ଦର୍ଶକ ଗ୍ୟାଲେରୀ ରେ ବସି ଖେଳ ଉପଭୋଗ କରିଥିଲେ l ପରେ ଆଜିକାର ସର୍ଵ ଶ୍ରେଷ୍ଠ ଖେଳାଳୀ ତଥା ମ୍ୟାନ ଅଫ ଦି ମ୍ୟାଚ ଭାବେ ଭୁବନେଶ୍ୱର ଜଗା ୟୁନାଇଟେଡ ଦଳ ର ଏକଲବ୍ୟ ଲାଖୁଆ ଙ୍କୁ ପୁରସ୍କୃତ କରିଥିଲେ l ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ବନ ଖଣ୍ଡ ଅଧିକାରୀ ଶ୍ରୀ ମଦନ ଲାଲ ଶର୍ମା, ସୋନପୁର ବି ଡି ଓ ଶ୍ରୀ ପ୍ରତୀକ କର, ରାମ୍ ଧୂନ୍ କ୍ଲବ ଉପଦେଷ୍ଟା ତଥା ଆଇନଜୀବୀ ନନ୍ଦ କିଶୋର ତ୍ରିପାଠୀ ଯୋଗ ଦେଇ ଖେଳାଳୀ ଙ୍କ ପରିଚୟ ପ୍ରଦାନ କରି ଆୟୋଜକ, ଦର୍ଶକ ଓ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ l କଲିକତା ନାଇଜେରିଆନ ଇଲେଭେନ୍ ଦଳ ର ଫ୍ରାଞ୍ଚାଇଜ୍ ଚନ୍ଦ୍ରମା ମୋଟର୍ସ୍ ତଥା ସୋନାଲିକା ଟ୍ରାକ୍ଟର ସୋ ରୁମ୍ ଏମ୍ ଡି ପ୍ରଶାନ୍ତ କୁମାର ବାବୁ ଓ ଭୁବନେଶ୍ୱର ଜଗା ୟୁନାଇଟେଡ ଦଳ ର ଫ୍ରାଞ୍ଚାଇଜ୍ ପଶ୍ଚିମ ନିଉଜ ଅଧ୍ୟକ୍ଷ ତଥା ସମଲେଶ୍ଵରୀ ନର୍ସିଂ ହୋମ ଏମ୍ ଡି ସୁଭାଶିସ ରଥ , ଜିଲ୍ଲା ଟ୍ରାକ୍ଟର ଆସୋସିଏସନ୍ ସଭାପତି ଶିବ ଶଙ୍କର ବହିଦାର, ସଂପାଦକ କୋଶଳେଶ୍ୱର ବହିଦାର ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ଅତିଥି ଙ୍କ ସହ ଖେଳାଳୀ ଓ ଦର୍ଶକ ଲଟେରୀ ବିଜେତା ଙ୍କୁ ପୁରସ୍କୃତ କରିଥିଲେ l କଲିକତା ନାଇଜେରିଆ ଇଲେଭେନ ଦଳ କୁ ହରାଇ ଭୁବନେଶ୍ୱର ଜଗା ୟୁନାଇଟେଡ ଦଳ ୨-୧ ଗୋଲ୍ ରେ ବିଜୟୀ ହୋଇ ଥିଲେ l ଆଜିର ଖେଳକୁ ମୁଖ୍ୟ ରେଫରି ଭାବେ ସଞ୍ଜୀବ ସାହୁ, ସହଯୋଗୀ ରେଫରୀ ଭାବେ ସୁଜିତ ରାଜ ହଂସ, ଅଜୟ ପଧାନ, ଶୁଶାନ୍ତ ବାଗ , ଓ ମ୍ୟାଚ କମିଶନର ଭାବେ ଭୁକୁଲୁ ବକ୍ସି ଖେଳ ପରିଚାଳନା ରେ ସହଯୋଗ କରିଥିଲେ l ଅତିଥି ଓ ଭେଟରାନ କ୍ରୀଡାବିତ୍ ମାନଙ୍କ ସହିତ ହଜାର ଦର୍ଶକ ଖେଳ କୁ ଉପଭୋଗ କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ଓ ଦିଗାମ୍ବର ଶତପଥି ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ ଓ ସଭା ପରିଚାଳନା ଓ ଲଟେରୀ ଉଠାଣ ପୁରସ୍କାର ବିତରଣ କାର୍ଯ୍ଯ କ୍ରମ କୁ ପରିଚାଳନା କରିଥିଲେ l କ୍ରୀଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା, ରାମଧୁନ କ୍ଳବ୍ ସଦସ୍ୟ ବିକାଶ ପଣ୍ଡା, , ସନ୍ତୋଷ ପାଢ଼ୀ, ସୁଭାଷ ବିଶ୍ଵାଳ, ବସିର୍ ମହମ୍ମଦ, ଅନିଲ ସାହୁ, ହୃଷୀକେଶ ପଣ୍ଡା, ରାଜ କୁମାର୍ ନାଏକ, ରାଜୀବ ସାହୁ, ବୁବୁନ ନାଏକ, ଶ୍ରୀତମ ସରାଫ, ଅମିତ୍ ସାହୁ, ମୁନୁ ମହମ୍ମଦ, ବିଶ୍ୱ, ଚାହଦ, ରିକୁନ ନାଏକ, ସିପୁନ ନାଏକ, ସୁରଜ୍ ସାହୁ, ଚନ୍ଦନ ସାହୁ, ବିଦ୍ୟା ଧର ମିଶ୍ର , ସଦା ସାହୁ, ଗୁରୁ ଦଳାଇ, ଚନ୍ଦନ ବେହେରା, ଆୟୁଷ ପଣ୍ଡା, ଅଂଶୁମାନ ପଣ୍ଡା ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ