
ଭୁବନେଶ୍ୱର, ୧୯ ଫେବୃଆରୀ (ହି.ସ.) - ନୂଆ ଜିଲ୍ଲା ଓ ସବଡିଭିଜନ ଗଠନ ପାଇଁ ପ୍ରସ୍ତାବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ସେ କହିଛନ୍ତି ଯେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ସରକାର ପ୍ରସ୍ତାବ ମାଗିଥିଲେ। ଏବେ ବିଭିନ୍ନ ଜିଲ୍ଲାରୁ ନୂଆ ଜିଲ୍ଲା ଓ ସବଡିଭିଜନ ଗଠନ ପାଇଁ ପ୍ରସ୍ତାବ ଆସିଛି। ସରକାର ଏବେ ଅନେକ ସବ ରେଜିଷ୍ଟ୍ରାର ଅଫିସ ଖୋଲିଛନ୍ତି । ଫଳରେ ଲୋକଙ୍କ ସୁବିଧା ହୋଇପାରିବ। ସରକାର ସବୁକୁ ବିଚାର କରୁଛନ୍ତି। ସମୟ ଆସିଲେ ନିଷ୍ପତି ନେବେ। ଲୋକ ଜାଣିଛନ୍ତି କିଏ ମିଛ କହୁଛି। ବିରୋଧୀଙ୍କ ପାଖରେ ଆଉ କହିବାକୁ କିଛି ନାହିଁ। ଫଳରେ ଏମିତି କହୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା