ଅଙ୍ଗନବାଡି କର୍ମୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକଦିବସୀୟ ତାଲିମ୍ ଅନୁଷ୍ଠିତ
Bal Rakhya Bharat News from phulbani
ଅଙ୍ଗନବାଡି କର୍ମୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକଦିବସୀୟ ତାଲିମ୍ ଅନୁଷ୍ଠିତ


କନ୍ଧମାଳ, ୧୯ ଫେବୃଆରୀ (ହି.ସ.)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡିଏସ) କାର୍ଯ୍ୟାଳୟରେ ବାଲ ରକ୍ଷା ଭରତ ପକ୍ଷରୁ ଅଙ୍ଗନବାଡି କର୍ମୀମାନଙ୍କ ପାଇଁ ଏକ, ଦିନିକିଆ ଦକ୍ଷତା ବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ତାଲିମ୍ କାର୍ଯ୍ୟକ୍ରମ, କନ୍ଧମାଳ ଜିଲ୍ଲା ବାଲ ରକ୍ଷା ଭାରତର ମୁଖ୍ୟ ମନୋଜ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଅଙ୍ଗନବାଡି କର୍ମୀ ଅଂଶଗ୍ରହଣ କରି ନିଜ ଦକ୍ଷତା ଓ ଜ୍ଞାନକୁ ସୁଦୃଢ କରିଥିଲେ। ତାଲିମରେ ଶିଶୁଙ୍କ ପ୍ରଥମ ହଜାରେ ଦିନର ଗୁରୁତ୍ୱ, ଟୀକାକରଣ ପ୍ରକ୍ରିୟା, ପୋଷଣ ଓ ବୃଦ୍ଧି ପରିଚାଳନା, ଭିଏଚଏସଏନଡି ର ଗୁଣବତ୍ତା ବୃଦ୍ଧି, ଆଦର୍ଶ ର ମାନଦଣ୍ଡ, ଏବଂ ଆଇଆଇସି ମେଟେରିଆଲ୍‌ର ସଠିକ ବ୍ୟବହାର ଇତ୍ୟାଦି ମୁଖ୍ୟ ବିଷୟରେ ବ୍ୟାପକ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନିବେଦିତା ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଚିନ୍ମୟୀ ପ୍ରଭା ଗନ୍ତାୟତ ସହିତ ଟିକିନା ରାଣୀ ସ୍ୱାଇଁ, ସୋନାଲି ସାହୁ ଓ ଏ ଏନ ଏମ ଝିଲ୍ଲୀ ନାୟକ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ୍ କାର୍ଯ୍ୟକ୍ରମକୁ ସଫଳ କରିବାରେ ସଞ୍ଜୟ କୁମାର ରାଉତ, ହୋସନା ଅକ୍ତାରୀ, ଶିବାନୀ ପାଣିଗ୍ରାହୀ, ନିରୁପମା ତାଣ୍ଡି, ଦୀପ୍ତି ପତି, ଓବେଦ ସିଂ, ଅଶୋକ ଦିଗାଲ, ଭୂପତି ବେହେରା, ପ୍ରିୟତମା ନାୟକ, ପପୁନ ସାହୁ ଓ ସମସ୍ତ ସୁପରଭାଇଜର ଦିଦିମାନେ ଉପସ୍ଥିତ ଥିଲେ ଏବଂ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

ଏହି ତାଲିମ୍ ମାଧ୍ୟମରେ ଅଙ୍ଗନବାଡି କର୍ମୀମାନେ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସୁରକ୍ଷାରେ ନିଜ ଭୂମିକାକୁ ଆହୁରି ଦୃଢ କରିବା ପାଇଁ ପ୍ରେରିତ ହୋଇଥିଲେ। ସମାଜର ସ୍ୱାସ୍ଥ୍ୟ ଓ ପୋଷଣ ଉନ୍ନତି ପାଇଁ ଏପରି ପ୍ରଶିକ୍ଷଣ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆଶା ପ୍ରକାଶ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande