
ନୂଆଦିଲ୍ଲୀ, 19 ଫେବ୍ରୁଆରି (ହି.ସ.)- ବିଲ ଗେଟ୍ସ ନୂତନ
ଦିଲ୍ଲୀରେ ଚାଲିଥିବା ‘ଇଣ୍ଡିଆ
ଏଆଇ ଇମ୍ପ୍ୟାକ୍ଟ ସମିଟ୍’ରେ ନିଜର ମୁଖ୍ୟ ଭାଷଣ ଦେବେନି । ବିଲ ଆଣ୍ଡ
ମେଲିନ୍ଦ ଗେଟ୍ସ ଫାଉଣ୍ଡେସନ ସ୍ପଷ୍ଟ କରିଛି ଯେ ସମିଟ୍ର ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରିତ
ରଖିବା ପାଇଁ ଏହି ସିଦ୍ଧାନ୍ତ ନିଆଯାଇଛି। ତାଙ୍କ ସ୍ଥାନରେ ଅଙ୍କୁର ବୋରା ସମ୍ମିଳନୀକୁ
ସମ୍ବୋଧନ କରିବେ।
ଗେଟ୍ସ ଫାଉଣ୍ଡେସନ୍ ‘ଏକ୍ସ’ରେ ଗୁରୁବାର ଜାରି
କରାଯାଇଥିବା ବିଜ୍ଞପ୍ତିରେ କହିଛି, “ଆଫ୍ରିକା ଓ ଭାରତ କାର୍ଯ୍ୟାଳୟର
ଅଧ୍ୟକ୍ଷ ଅଙ୍କୁର ୱୋରା ‘ଇଣ୍ଡିଆ ଏଆଇ ଇମ୍ପ୍ୟାକ୍ଟ ସମିଟ୍’ରେ ପ୍ରତିନିଧିତ୍ୱ କରିବେ ଏବଂ ଆଜି ଶିଖର ସମ୍ମିଳନୀରେ ତାଙ୍କର ଭାଷଣ ଦେବେ।”
ଫାଉଣ୍ଡେସନ୍ର ଭାରତ
କାର୍ଯ୍ୟାଳୟର ‘ଏକ୍ସ’ ପୋଷ୍ଟ ଅନୁଯାୟୀ, ମାଇକ୍ରୋସଫ୍ଟର ସହ-ସଂସ୍ଥାପକ ବିଲ୍
ଗେଟ୍ସ ଏବେ ଇଣ୍ଡିଆ ଏଆଇ ଇମ୍ପ୍ୟାକ୍ଟ ସମିଟ୍ରେ ନିର୍ଦ୍ଧାରିତ କୀନୋଟ୍ ଭାଷଣ ଦେବେ ନାହିଁ।
ଫାଉଣ୍ଡେସନ୍ କହିଛି ଯେ
ସମିଟ୍ର ବିଶେଷ ଆବଶ୍ୟକତା ଉପରେ କେନ୍ଦ୍ରିତ ରହିବା ପାଇଁ “ଗଭୀର ଭାବେ ଚିନ୍ତା-ଭାବନା କରି” ଏହି
ସିଦ୍ଧାନ୍ତ ନିଆଯାଇଛି। ସେହି ସହିତ ଭାରତରେ ନିଜର କାର୍ଯ୍ୟ ପ୍ରତି ସେମାନେ ପ୍ରତିବଦ୍ଧ ଥିବା
କଥା ମଧ୍ୟ କୁହାଯାଇଛି।
ଉଲ୍ଲେଖନୀୟ ଯେ, ସମିଟ୍ରୁ ବିଲ୍ ଗେଟ୍ସଙ୍କ ପଛହଟିବା ପଛରେ
ଆମେରିକୀୟ ଅପରାଧୀ ଜେଫରି ଏପିଷ୍ଟିନ ସହ ସମ୍ବନ୍ଧିତ ଦଳିଲରେ ତାଙ୍କ ନାମ ଆସିଥିବାକୁ କାରଣ
ବୋଲି କୁହାଯାଉଛି। ଏହି ଗୁପ୍ତ ଦଳିଲଗୁଡ଼ିକ ସମ୍ପ୍ରତି ସାର୍ବଜନୀନ କରାଯାଇଛି। ଏପସ୍ଟିନ୍ଙ୍କ
ବିରୋଧରେ ଯୌନ ଅପରାଧ ଓ ନାବାଳିକାମାନଙ୍କ ତସକରି ସହ ଜଡିତ ଗୁରୁତର ଅଭିଯୋଗ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା