ଛତିଶଗଡ଼ର ବୀଜାପୁରରେ ନକ୍ସଲବାଦର ଶେଷ ପାଇଁ ଅଭିଯାନ ଆରମ୍ଭ
ବୀଜାପୁର,୧୯ ଫେବୃଆରୀ(ହି.ସ.) – ଛତିଶଗଡ଼ର ବୀଜାପୁର ଜିଲ୍ଲାରେ ତେଲେଙ୍ଗାନା ସୀମା ପାଖରେ ନାମ୍ବି ଏବଂ କର୍ରେଗୁଟ୍ଟାର ପାହାଡ଼ ଅଂଚଳରେ ନକ୍ସଲବାଦକୁ ପୁରାପୁରି ଶେଷ କରିବା ପାଇଁ ସୁରକ୍ଷାବଳ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବଡ଼ ନକ୍ସଲ କ୍ୟାଡରର ତଲାଶ ଏବଂ ତା’ର ମୂଳ
ଛତିଶଗଡ଼ର ବୀଜାପୁରରେ ନକ୍ସଲବାଦର ଶେଷ ପାଇଁ ଅଭିଯାନ ଆରମ୍ଭ


ବୀଜାପୁର,୧୯ ଫେବୃଆରୀ(ହି.ସ.) – ଛତିଶଗଡ଼ର ବୀଜାପୁର ଜିଲ୍ଲାରେ ତେଲେଙ୍ଗାନା ସୀମା ପାଖରେ ନାମ୍ବି ଏବଂ କର୍ରେଗୁଟ୍ଟାର ପାହାଡ଼ ଅଂଚଳରେ ନକ୍ସଲବାଦକୁ ପୁରାପୁରି ଶେଷ କରିବା ପାଇଁ ସୁରକ୍ଷାବଳ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବଡ଼ ନକ୍ସଲ କ୍ୟାଡରର ତଲାଶ ଏବଂ ତା’ର ମୂଳପୋଛ କରିବା। ନାମ୍ବି ଏବଂ କର୍ରେଗୁଟ୍ଟା ପାହାଡ଼ରେ ଗମ୍ଭୀର ସର୍ଚ୍ଚ ଅପରେସନ ଚାଲୁ ରହିଛି।

ସୂତ୍ର ଅନୁଯାୟୀ ଅଭିଯାନରେ ବିପୁଳ ସଂଖ୍ୟାରେ ଯବାନ ସାମିଲ୍ ଥିଲେ, ଯେଉଁମାନେ ନାମ୍ବି ଏବଂ କର୍ରେଗୁଟ୍ଟା ପାହାଡ଼ ଅଂଚଳରେ ସଘନ ସର୍ଚ୍ଚ ଅପରେସନ ଚଳାଉଛନ୍ତି।

ଏହି କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସେହି ଲକ୍ଷ୍ୟର ଅଂଶ ଅଟେ, ଯେଉଁଥିରେ ମାର୍ଚ୍ଚ ୨୦୦୬ ପର୍ଯ୍ୟନ୍ତ ଦେଶରେ ନକ୍ସଲବାଦକୁ ଶେଷ କରିବାର ଯୋଜନା ବନାଯାଇଛି। ଏହାପୂର୍ବରୁ ଅପ୍ରେଲ-ମଇ ୨୦୨୫ରେ କର୍ରେଗୁଟ୍ଟା ପାହାଡ଼କୁ ନକ୍ସଲ ପ୍ରଭାବରୁ ମୁକ୍ତ କରିବା ପାଇଁ ସୁରକ୍ଷାବଳ ଲମ୍ବା ସମୟ ପର୍ଯ୍ୟନ୍ତ ଅପରେଶନ ବ୍ଲାକ୍ ଫରେଷ୍ଟ ଚଳାଇଛି। ଏହି ସମୟରେ ୩୧ ନକ୍ସଲଙ୍କୁ ମାରିଦେଇଥିଲେ।

ବସ୍ତର ଆଇଜି ସୁନ୍ଦରରାଜ ପି ଗୁରୁବାର ଦିନ କହିଛନ୍ତି ଯେ ସୁରକ୍ଷାବଳ ବସ୍ତର ଅଂଚଳର ଶାନ୍ତି ଏବଂ ସୁରକ୍ଷା ପାଇଁ ପୂର୍ଣ୍ଣତଃ ପ୍ରତିବଦ୍ଧ ଅଟେ ତଥା ନିୟମିତ ରୂପେ ପ୍ରଭାବୀ ନକ୍ସଲ ବିରୋଧି ଅଭିଯାନ ସଂଚାଳିତ କରାଯାଉଛି। ନକ୍ସଲ ଉନ୍ମୁଳନ ଅଭିଯାନରେ ସଂଲଗ୍ନ ବଳର ସୁରକ୍ଷାକୁ ଧ୍ୟାନରେ ରଖି ସଂଚାଳନ ସହିତ ସମ୍ବନ୍ଧିତ ସମ୍ପୂର୍ଣ୍ଣ ବିବରଣୀ ଅଭିଯାନ ପୂର୍ଣ୍ଣ ହେବା ପରେ ଜାରି କରାଯିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande