ଛତ୍ରପତି ଶିବାଜୀ ମହାରାଜଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 19 ଫେବୃଆରୀ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୟନ୍ତୀରେ ଛତ୍ରପତି ଶିବାଜୀ ମହାରାଜଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ସାହସ ଯାହାଙ୍କ ପରିଚୟ ଓ ସ୍ୱରାଜ୍ୟ ଯାହାଙ୍କ ସଂକଳ୍ପ - ସେହି ବିଶ୍ୱବନ୍ଦିତ ଜନନାୟକ ତଥା ମହାନ ମରାଠା ବୀର ଛତ୍ରପ
ଛତ୍ରପତି ଶିବାଜୀ ମହାରାଜଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 19 ଫେବୃଆରୀ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୟନ୍ତୀରେ ଛତ୍ରପତି ଶିବାଜୀ ମହାରାଜଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ସାହସ ଯାହାଙ୍କ ପରିଚୟ ଓ ସ୍ୱରାଜ୍ୟ ଯାହାଙ୍କ ସଂକଳ୍ପ - ସେହି ବିଶ୍ୱବନ୍ଦିତ ଜନନାୟକ ତଥା ମହାନ ମରାଠା ବୀର ଛତ୍ରପତି ଶିବାଜୀ ମହାରାଜଙ୍କ ପବିତ୍ର ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ଶୃଙ୍ଖଳିତ ଶାସନ, ଅସାଧାରଣ ସାମରିକ କୌଶଳ ଏବଂ ସମାଜ ସଂସ୍କାରର ଅଦ୍ୱିତୀୟ ମନୀଷୀ ଭାବେ ସେ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ଜଣେ 'ପ୍ରଜାବତ୍ସଳ' ଶାସକ ଭାବେ ସେ ସ୍ଥାପନ କରିଥିବା ନ୍ୟାୟ, ନୈତିକତା ଏବଂ ସୁଶାସନର ମାପଦଣ୍ଡ ଆମ ଗଣତନ୍ତ୍ର ପାଇଁ ଆଜି ବି ଶ୍ରେଷ୍ଠ ପଥପ୍ରଦର୍ଶକ। ଭାରତୀୟ ସ୍ୱାଭିମାନର ଅନନ୍ୟ ପ୍ରତୀକ ଭାବେ ତାଙ୍କର ଅତୁଳନୀୟ ଶୌର୍ଯ୍ୟ, ବୀରତ୍ୱ ଏବଂ ସାମାଜିକ ସମରସତା ଆମକୁ ଏକ ସଶକ୍ତ ଓ ନୂତନ ଭାରତ ଗଠନ ପାଇଁ ନିରନ୍ତର ପ୍ରେରଣା ପ୍ରଦାନ କରୁ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande