କପଡା ବ୍ୟବସାୟୀଙ୍କ ଗୋଦାମ୍ ଘରେ ଭୟାବହ ଅଗ୍ନିକାଣ୍ଡ
ଚମ୍ପୁଆ,, 19 ଫେବ୍ରୁଆରି (ହି.ସ.) ଚମ୍ପୁଆ ଉପଖଣ୍ଡସ୍ଥ ବଡ଼ବିଲ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କପଡା ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଥିବା ଜଣାପଡିଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନମ୍ବର୍ ଛଅରେ ଥିବା ଏକ କପଡା ବ୍ୟବସାୟୀଙ୍କ ଘରେ ଘଟିଛି ଏହି ଅଗ୍ନିକାଣ୍ଡ।
କପଡା ବ୍ୟବସାୟୀଙ୍କ ଗୋଦାମ୍ ଘରେ ଭୟାବହ ଅଗ୍ନିକାଣ୍ଡ


ଚମ୍ପୁଆ,, 19 ଫେବ୍ରୁଆରି (ହି.ସ.) ଚମ୍ପୁଆ ଉପଖଣ୍ଡସ୍ଥ ବଡ଼ବିଲ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କପଡା ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଥିବା ଜଣାପଡିଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନମ୍ବର୍ ଛଅରେ ଥିବା ଏକ କପଡା ବ୍ୟବସାୟୀଙ୍କ ଘରେ ଘଟିଛି ଏହି ଅଗ୍ନିକାଣ୍ଡ। ଆଜି ଭୋର୍ ପ୍ରାୟ ୪.୩୦ ମିନିଟ୍ ସମୟରେ ବଡ଼ବିଲ ଅଗ୍ନିଶମ ବିଭାଗକୁ ନିଆଁ ଲାଗିଥିବା ସୂଚନା ମିଳିଥିଲା, ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀର କର୍ମଚାରୀ ଦମକଳ ଗାଡ଼ିକୁ ଧରି ସେଠାକୁ ଛୁଟିଥିଲେ ଓ ସେଠାରେ ଭୀଷଣ ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଯୋଡ଼ା ଅଗ୍ନିଶମ ବିଭାଗକୁ ମଧ୍ୟ ଖବର ଦେଇଥିଲେ। ସୂଚନା ଅନୁସାରେ ଆଜି ଭୋର୍ ସମୟରେ ବଡ଼ବିଲ ପୌରାଞ୍ଚଳରେ ରହୁଥିବା କପଡା ବ୍ୟବସାୟୀଙ୍କ ଘରେ ଘଟିଛି ଏହି ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କପଡା ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ, ନିଆଁ କୁ ଆୟତ୍ତ କରିବାକୁ ବଡ଼ବିଲ ଅଗ୍ନିଶମ ବିଭାଗ ଯୋଡ଼ା ଅଗ୍ନିଶମ ବିଭାଗ ସହ ଅନ୍ୟ ନିଆଁ ଲିଭା ଗାଡ଼ି ନିଆଁକୁ ଆୟତ୍ତ କରିବାକୁ ଲାଗିଥିବା ଦେଖିବାକୁ ମିଳିଛି। ତେବେ ଏହି ଅଗ୍ନିକାଣ୍ଡ କୌଣସି ସର୍ଟସର୍କିଟ ଯୋଗୁଁ ହୋଇଥିବା ନେଇ ଅନୁମାନ କରାଯାଉଛି। ଏହି ଅଗ୍ନିକାଣ୍ଡ ଘଟିଥିବା ଖବର ପାଇ ସେଠାରେ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande