ଧୁଷୁରୀ ଥାନା ପରିସରରେ ଦୋଳଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଚଳିତ ବର୍ଷଦୋଳଯାତ୍ରା ଓ ହୋଲି ମେଲଣ କୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଧୂଷୁରୀ ଥାନା ପରିସରରେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶହୀଦନଗର, ମେଲଣଡିହ ଲୁଣିଆ, ବୟାଙ୍ଗଡ଼ିହ, କୋରୁଆ, ଶୁର୍ଜିପୁ,ର୍ ଅର୍ଜୁନପୁର, ପାଳସାହି ଓ ଶ୍
DHUSURI POLICE STATION DOLAYATRA BAITHAK


ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଚଳିତ ବର୍ଷଦୋଳଯାତ୍ରା ଓ ହୋଲି ମେଲଣ କୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଧୂଷୁରୀ ଥାନା ପରିସରରେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶହୀଦନଗର, ମେଲଣଡିହ ଲୁଣିଆ, ବୟାଙ୍ଗଡ଼ିହ, କୋରୁଆ, ଶୁର୍ଜିପୁ,ର୍ ଅର୍ଜୁନପୁର, ପାଳସାହି ଓ ଶ୍ରୀଶ୍ରୀ ବାସୁଦେବ ଧାମ ମେଲଣ କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ଧୂଷୁରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ ସୁଦର୍ଶନ ବାଗେ ଓ ଅନ୍ୟ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଦୋଳଯାତ୍ରା ସମୟରେ ଆଇନ-ଶୃଙ୍ଖଳା ବଜାୟ ରଖିବା, ସରକାରୀ ନିୟମ ମାନିବା ଓ ମେଲଣ ପରିଚାଳନା ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା କରାଯାଇଥିଲା। ମେଲଣ ଓ ଶୋଭାଯାତ୍ରା ସମୟରେ କୌଣସି ବିସ୍ଫୋରକ ସାମଗ୍ରୀ ବ୍ୟବହାର ନ କରିବାକୁ ନିଷ୍ପତି ହୋଇଛି। ମାଇକ ବ୍ୟବହାର ପୂର୍ବରୁ ସମ୍ବନ୍ଧିତ ଅଧିକାରୀଙ୍କ ଅନୁମତି ନେବା ଓ ଶବ୍ଦ ସୀମା ମାନିବା ପାଇଁ କୁହାଯାଇଥିଲା। ମେଲଣ ପରିସରରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରିବାକୁ କମିଟି ମାନଙ୍କୁ ପରାମର୍ଶ ଦିଆଯାଇଛି। ବୟାଙ୍ଗଡ଼ିହ ମେଲଣ ସମୟରେ ବାଇପାସ ରାସ୍ତାରେ ଯାନ ଚଳାଚଳ ବ୍ୟବସ୍ଥା ରହିବା ସହ ନସଲାପୁର ଠାରୁ ମେଲଣ ପଡିଆ ପର୍ଯ୍ୟନ୍ତ ଯାନ ଚଳାଚଳ ନିଷେଧ ରହିବ ବୋଲି ନିଷ୍ପତି ହୋଇଛି। ପ୍ରତ୍ୟେକ ମେଲଣ କମିଟି ୧୦ ଜଣ ସ୍ୱେଚ୍ଛାସେବୀ ନିୟୋଜନ କରି ପୁଲିସ ଙ୍କୁ ସହଯୋଗ କରିବେ ଓ ସେମାନଙ୍କର ତଥ୍ୟ ଥାନାରେ ଦେବେ। ମେଲଣ ବିମାନ ଯାଉଥିବା ରାସ୍ତାରେ କୌଣସି ଦୋକାନ ବା ଷ୍ଟଲ ବସିବ ନାହିଁ। ଶୋଭାଯାତ୍ରାର ସ୍ଥାନ, ସମୟ ଓ କ୍ରମାନ୍ୱୟ ତାଲିକା ପୂର୍ବରୁ ଥାନାକୁ ଅବଗତ କରିବାକୁ ନିଷ୍ପତି ହୋଇଛି। କୌଣସି ବିବାଦ ଉପୁଜିଲେ ପ୍ରଥମେ କମିଟି ହସ୍ତକ୍ଷେପ କରିବେ, ଆବଶ୍ୟକ ହେଲେ ପୁଲିସ ହସ୍ତକ୍ଷେପ କରିବେ। ପରିଶେଷରେ ଥାନା ପକ୍ଷରୁ ସମସ୍ତ ମେଲଣ କମିଟି ଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷାରେ ସହଯୋଗ ପାଇଁ ଆହ୍ୱାନ କରାଯାଇଥିଲା। ଦୋଳଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେବ ବୋଲି ଧୂଷୁରୀ ପୁଲିସ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande