ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା,୧୯ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍ ଆର୍‌.ଆୟାର୍‌ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବିନ୍ଦ୍ର କୁମାର ମଲ୍ଲିକ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲାର ସମସ୍ତ ତହସ
ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ।


କେନ୍ଦ୍ରାପଡ଼ା,୧୯ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍ ଆର୍‌.ଆୟାର୍‌ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବିନ୍ଦ୍ର କୁମାର ମଲ୍ଲିକ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲାର ସମସ୍ତ ତହସିଲ୍‌ଦାର, ଅତିରିକ୍ତ ତହସିଲ୍‌ଦାର, ଜିଲ୍ଲାରାଜସ୍ୱ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ ରାଜସ୍ୱ ଆଦାୟ, ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଘରଢିହ ପ୍ରଦାନ, ପଟ୍ଟା ସଂଶୋଧନ, ଦାଖଲ ଖାରଜ ମାମଲା ଫଏସଲା, ସରକାରୀ ଜମି ଜବରଦଖଲ ଉଚ୍ଛେଦ, ଜମି ଚିହ୍ନଟ କରଣ ଓ ମାପ, ଉଚ୍ଛେଦ କରିବା, ବାଲି, ମାଟି ଚୋରା ଚାଲାଣ ବନ୍ଦ କରିବା ସହିତ ଗାଡି ଜବତ କରି ଜୋରିମାନା ଆଦାୟ କରିବା, ବେଆଇନ୍ ଇଟାଭାଟି ଉପରେ ଚଢାଉ କରିବା ଆଦି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଆଇ.ଆର୍ ମାର୍ଚ୍ଚ ମାସ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ରାଜସ୍ୱ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande