ଜିଲ୍ଲା ସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକ
Kendrapara, 19 ଫେବ୍ରୁଆରି (ହି.ସ.) --------------- କେନ୍ଦ୍ରାପଡା-୧୯/୦୨: କେନ୍ଦ୍ରାପଡା ରେ ଜିଲ୍ଲା ସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜି
ଜିଲ୍ଲା ସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକ


Kendrapara, 19 ଫେବ୍ରୁଆରି (ହି.ସ.)

---------------

କେନ୍ଦ୍ରାପଡା-୧୯/୦୨: କେନ୍ଦ୍ରାପଡା ରେ ଜିଲ୍ଲା ସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ଖଣି ଅଧିକାରୀ ସମ୍ବିତ୍ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାରେ ଥିବା ନଦୀ ମାନଙ୍କର ବାଲି ସୈରାତ ରୁ ଚୋରା ବାଲି ଉତୋଳନ କରି ଓ ସରକାରୀ ଜାଗାରୁ ମାଟି ଉଠାଇ ମାଫିଆ ମାନେ ବିକ୍ରି କରି ପ୍ରଚୁର ଲାଭ କରୁଥିବା ବେଳେ ରାଜସ୍ୱ ହାନୀ ଘଟି ଚାଲୁଥିବାକୁ ନେଇ ଉଦବେଗ ପ୍ରକାଶ କରା ଯାଇଥିଲା । ଜିଲ୍ଲାର ନିଲାମ କରା ଯାଇଥିବା ୫ଟି ବାଲି ସୈରାତ ବ୍ୟତୀତ ଅନ୍ୟ ୨୪ ଗୋଟି ବାଲି ସୈରାତ ନିଲାମ ହୋଇ ନଥିବାରୁ ଏହାର ସୁଯୋଗ ନେଇ ବାଲି ମାଫିଆ ମାନେ ପ୍ରଚୁର ପରିମାଣ ର ବାଲି ଚୋରା ରେ ଉଠାଉଥିବା ବାରମ୍ବାର ଅଭିଯୋଗ ହେଉଛି । ଏହାକୁ ରୋକିବା ପାଇଁ ଟାକ୍ସ ଫୋର୍ସ କମିଟିରେ ନିଷ୍ପତି ନିଆଯିବା ସହ ବାରମ୍ବାର ଚଢାଉ କରିବା ଓ ଚୋରାରେ ଗଚ୍ଛିତ ଥିବା ବାଲି ଜବତ କରିବାକୁ ନେଇ ଆଲେଚନା କରା ଯାଇଥିଲା । ରାଜସ୍ୱ ହାନୀ ରୋକିବା ପାଇଁ ଓ ଚଢାଉ କରି ଜରିମାନା ଅଦାୟ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande