କଣାସ ଅଂଚଳରେ ହାତୀ ଉପଦ୍ରବ
ପୁରୀ, ୧୯ ଫେବୃଆରୀ (ହି.ସ.)- ପୁରୀ ଜିଲ୍ଲା କଣାସ ଅଂଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଚନ୍ଦକା ଅଂଚଳରୁ ହାତୀପଲରୁ ଏକ ହାତୀ ଖସି ଆସିଥିବା ସୂଚନା ମିଳିଛି । ହାତୀଟି କଣାସ ବ୍ଲକ ଅଂଚଳର ଆଖପାଖ ୪ଟି ଗ୍ରାମରେ କ୍ଷେତରୁ ଧାନ ଫସଲ ଖାଇବା ସହ ବ୍ୟାପକ ଫସଲ ଦଳିଚକଟି ନଷ୍ଟ କରିଥିବା ଚାଷୀମାନେ ଅଭ
କଣାସ ଅଂଚଳରେ ହାତୀ ଉପଦ୍ରବ


ପୁରୀ, ୧୯ ଫେବୃଆରୀ (ହି.ସ.)- ପୁରୀ ଜିଲ୍ଲା କଣାସ ଅଂଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଚନ୍ଦକା ଅଂଚଳରୁ ହାତୀପଲରୁ ଏକ ହାତୀ ଖସି ଆସିଥିବା ସୂଚନା ମିଳିଛି । ହାତୀଟି କଣାସ ବ୍ଲକ ଅଂଚଳର ଆଖପାଖ ୪ଟି ଗ୍ରାମରେ କ୍ଷେତରୁ ଧାନ ଫସଲ ଖାଇବା ସହ ବ୍ୟାପକ ଫସଲ ଦଳିଚକଟି ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଅଂଚଳରେ ହାତୀ ବୁଲୁଥିବା ଖବର ପ୍ରଚାରିତ ହେବାପରେ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି । ହାତୀ ଘଉଡାଇବା ଦିଗରେ ବନ ବିଭାଗ ପଦକ୍ଷେପ ନେବାକୁ ଅଂଚଳ ବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande