
ଜୟପୁର, ୧୯ ଫେବୃଆରୀ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଚଢାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈପାରିଗୁଡା ଅଞ୍ଚଳର ଗୋବିନ୍ଦ ଗୌଡ ଓ ଗୋବଦ୍ଧନ ବିଷୋୟୀ । ସୂଚନା ଅନୁଯାୟୀ, ବୈପାରିଗୁଡା ଅଞ୍ଚଳରୁ ୨ଟି ସ୍କୁଟିରେ ଜୟପୁରକୁ ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରି ଥାନା ଚଢଉ କରିଛି । ଜୟପୁର ସଦର ଥାନା ଅନ୍ତର୍ଗତ ବାଲିଆ ଠାରେ ଚଢାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ଠାରୁ ୨ଟି ସ୍ଲୁଟି ଓ ୩୩ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଆଜି ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି