
ଗ୍ୱୌହାଟୀ, 19 ଫେବ୍ରୁଆରି (ହି.ସ.)- କଂଗ୍ରେସର
ସ୍କ୍ରିନିଂ କମିଟିର ଅଧ୍ୟକ୍ଷା ଏବଂ ୱାୟନାଡ଼ରୁ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗୁରୁବାର ଆସାମର
ରାଜଧାନୀ ଗ୍ୱୌହାଟୀରେ ଦୁଇଦିନିଆ ଗସ୍ତରେ ପହଞ୍ଚିଥିଲେ। ତାଙ୍କର ଉଦ୍ଦେଶ୍ୟ ଆସନ୍ତା ବିଧାନସଭା
ନିର୍ବାଚନ ପାଇଁ ଦଳର ପ୍ରସ୍ତୁତିକୁ ଜୋରଦାର କରିବା।
ବୋରଝାରରେ ଲୋକପ୍ରିୟ
ଗୋପିନାଥ ବୋରଦାଇ ଅନ୍ତର୍ଜାତୀୟ ଏୟାରପୋର୍ଟରେ, ଅବତରଣ କରିବା ପରେ ପ୍ରିୟଙ୍କା ଗାନ୍ଧୀ ପୂଜା ପାଇଁ ସିଧା କାମାଖ୍ୟା ମନ୍ଦିରକୁ ଯାଇଥିଲେ।
ବିମାନବନ୍ଦରରେ ଆସମ ପ୍ରଦେଶ କଂଗ୍ରେସ କମିଟି (ଏପିସିସି) ର ଅଧ୍ୟକ୍ଷ ଏବଂ ସାଂସଦ ଗୌରଭ ଗୋଗେଇ
ସହିତ ଅନ୍ୟାନ୍ୟ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ। ମନ୍ଦିର ଦର୍ଶନ ପରେ ସେ ସ୍କ୍ରିନିଂ
ସମ୍ବନ୍ଧୀୟ ଅନେକ ବୈଠକର ଅଧ୍ୟକ୍ଷତା କରିବା ପାଇଁ ପ୍ରଦେଶ କଂଗ୍ରେସ ମୁଖ୍ୟାଳୟ ରାଜୀବ ଭବନକୁ
ଯାଇଥିଲେ।ପ୍ରିୟଙ୍କା ଗାନ୍ଧୀ ଅସମରେ ଏକ ଏମିତି ସ୍କ୍ରିନିଂ ପ୍ରକ୍ରିୟାର ନିରୀକ୍ଷଣ କରୁଛନ୍ତି,
ଯାହାକୁ ଦଳୀୟ ନେତାମାନେ “ଅପୂର୍ବ ଓ ସଂରଚିତ”
ବୋଲି ବର୍ଣ୍ଣନା କରିଛନ୍ତି। ବରିଷ୍ଠ ଦଳୀୟ କର୍ମୀମାନେ କହିଛନ୍ତି ଯେ,
ଏହା ପ୍ରଥମ ଥର ଯେତେବେଳେ କଂଗ୍ରେସ ରାଜ୍ୟରେ ଏତେ ବ୍ୟାପକ ଓ ପରାମର୍ଶମୂଳକ
ପ୍ରାର୍ଥୀ ଚୟନ ପ୍ରକ୍ରିୟା ଅନୁସରଣ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା