କିଣିଲୋ ଗ୍ରାମର ବହୁ ପୁରାତନ ହରିହାଟ ଉତ୍ସବ
Kendrapara, 19 ଫେବ୍ରୁଆରି (ହି.ସ.) --------------- କେନ୍ଦ୍ରାପଡା-୧୯/୦୨: ସର୍ବପୁରାତନ ପରମ୍ପରା ତଥା ଆଧ୍ୟାତ୍ମିକ ପରିବେଶରେ ପ୍ରତିବର୍ଷ ଆୟୋଜିତ ହେଉଥିବା ହରିହାଟ ଉତ୍ସବ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କିଣିଲୋ ଗ୍ରାମରେ ଏକ ସୋତନ୍ତ୍ର ପରିଚୟ ସୃଷ୍ଟି କରିଛି । ଭକ୍ତିମୟ
କିଣିଲୋ ଗ୍ରାମର ବହୁ ପୁରାତନ ହରିହାଟ ଉତ୍ସବ


Kendrapara, 19 ଫେବ୍ରୁଆରି (ହି.ସ.)

---------------

କେନ୍ଦ୍ରାପଡା-୧୯/୦୨: ସର୍ବପୁରାତନ ପରମ୍ପରା ତଥା ଆଧ୍ୟାତ୍ମିକ ପରିବେଶରେ ପ୍ରତିବର୍ଷ ଆୟୋଜିତ ହେଉଥିବା ହରିହାଟ ଉତ୍ସବ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କିଣିଲୋ ଗ୍ରାମରେ ଏକ ସୋତନ୍ତ୍ର ପରିଚୟ ସୃଷ୍ଟି କରିଛି । ଭକ୍ତିମୟ ପରିବେଶରେ ଆୟୋଜିତ ହେଉଥିବା ଏହି କାର‌୍ୟ୍ୟକ୍ରମ କୁ ପ୍ରତିବର୍ଷ ଶ୍ରଦ୍ଧାଳୁ ହଜାର ହଜାର ସଂଖ୍ୟାରେ ଭିଡ଼ ଜମାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଗ୍ରାମବାସୀ ଙ୍କ ଦ୍ଵାରା ଆୟୋଜିତ ହୋଇଥିବା ଏହି ହରିହାଟ ଉତ୍ସବ ଦେଖିବାକୁ ଭିଡ଼ ଜମିଥିଲା । ଏଥିରେ କୁନି କୁନି ପିଲା ମାନଙ୍କଠୁ ଆରମ୍ଭ କରି ବରିଷ୍ଟ କଳାକାର ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ଏହି ଛଦ୍ମବେଶୀ ମାଧ୍ୟମରେ ବସୁଦେବ, ଜମ ରାଜା, କାଳୀ,ଶିବ,ଚକୁଳିଆ ପଣ୍ଡା, ଫୁଲବାଲି,ଶ୍ରୀକୃଷ୍ଣ,ବାଘ ବାଘୁଣୀ,ଭାଲୁ,ଯୋକର,ଷଣ୍ଢ ଭଳି ଭୂମିକାରେ ନିଜକୁ ସଜାଇଥିଲେ । ଏହା ସହ ଏହି କାର‌୍ୟ୍ୟକ୍ରମ କୁ ଅଧିକ ସୁନ୍ଦର ଓ ଭକ୍ତିମୟ ପରିବେଶ କରିଥିଲା ଘଣ୍ଟ,ଲଉଡ଼ି,ନାମ ସଙ୍କୀର୍ତ୍ତନ ସହ ବିଭିନ୍ନ ବାଦ୍ୟ ଯନ୍ତ୍ର । ଗ୍ରାମରେ ସାତଦିନ ବ୍ୟାପୀ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ପ୍ରଥମେ ବାସୁଦେବ ଗୋସେଇଁ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତିନିଦିନ ବ୍ୟାପି ପଞ୍ଚମୁଖୀ ହନୁମାନ ଙ୍କ ନିକଟରେ ବିଶ୍ଵଶାନ୍ତି ମହାଯଜ୍ଞ ବୃଷବ ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଶେଷରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଓ ହରିହାଟ ଉତ୍ସବ। ହରିହାଟ ଉତ୍ସବ ରେ ଛଦ୍ମବେଶୀ ଭାବେ ଅଭିନୟ କରିଥିବା ପ୍ରତିଯୋଗୀ ଙ୍କୁ ତିନିଜଣ ବିଚାରକ ମଣ୍ଡଳୀ ନିରୀକ୍ଷଣ କରିଥିଲେ । ଭାଗନେଇଥିବା ପ୍ରତିଯୋଗୀ ଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କଳାକାର ଙ୍କ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ବିଚାରକ ମଣ୍ଡଳୀଙ୍କ ମଧ୍ୟରେ ପ୍ରବଚକ ତଥା ଶିକ୍ଷାବିତ୍ ସିଦ୍ଧାର୍ଥ ଶେଖର ରାୟ ନାଟ୍ୟକାର ଶ୍ରୀପତି ଲେଙ୍କା ସମାଜ ସେବୀ ରଶ୍ମିରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ । ସାତଦିନ ବ୍ୟାପୀ ଆୟୋଜିତ ହୋଇଥିବା ଏହି ଆଧ୍ୟାତ୍ମିକ କାର‌୍ୟ୍ୟକ୍ରମରେ ଦିବା ରାତ୍ର ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ପାଟକୁରା ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର ଗରଦପୁର ବ୍ଲକ ଅଧକ୍ଷ ଅଭୟ କୁମାର ମହାରାଜ,ଯୁବ ସମାଜ ସେବୀ ତଥା ଜିଲ୍ଲା ବିଜେପି ସମ୍ପାଦକ ମିହିର କୁମାର ସାମଲ, ଯୁବନେତା କ୍ଷୀତିସ ଚନ୍ଦ୍ର ଦାସ , ସମିତି ସଭ୍ୟ ଦିଲ୍ଲୀପ ସାହୁ, ବରିଷ୍ଠ ବିଜେଡ଼ି ନେତା ରବୀନ୍ଦ୍ର ସାମଲ,ପଦ୍ମପୁର ପଞ୍ଚାୟତ ସରପଞ୍ଚ ଅନୁଷୟା ବେହେରା ,ଶିକ୍ଷାବିତ୍ ନିମାଇଁ ଚନ୍ଦ୍ର ବେହେରା, ସୈଳେନ୍ଦ୍ର ମହାନ୍ତି,ଦିଲ୍ଲୀପ କୁମାର ସେଠୀ,ପ୍ରଫୁଲ୍ଲ କୁମାର ମହାନ୍ତି, ମୋହନ ଶୁକ୍ଳା,ବିଜେପି ନେତା ଇ ପ୍ରକାଶ ଚନ୍ଦ୍ର ଦାସ,ବିଭୂତି ଭୂଷଣ ମହାନ୍ତି,ଅମୂଲ୍ୟ ଦାସ,ଭଜହରି ସେନାପତି,ଜୟପ୍ରକାଶ ସାହୁ ପ୍ରମୁଖ କାର‌୍ୟ୍ୟକ୍ରମ ରେ ଯୋଗଦେଇଥିବା ବେଳେ କିଣିଲୋ ର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande