
ମାଲକାନଗିରି, ୧୯ ଫେବୃଆରୀ (ହି.ସ.)-
ମାଲକାନଗିରି ଜିଲାରେ ଫଇସଲା ହେବ ଆଦିବାସୀ ଜମି ସଂକ୍ରାନ୍ତିୟ ବିବାଦ । ଜିଲ୍ଲାରେ ପ୍ରଥମ ଥର ପାଇଁ ମାଥିଲିରେ ୨୦ଜଣଙ୍କ ଅଭିଯୋଗ ଶୁଣାଣି କରିଛନ୍ତି ଉପଜିଲ୍ଲାପାଳ । ମାଥିଲି ତହସିଲଦାରଙ୍କ ଉପସ୍ଥିତିରେ ଆଦିବାସୀ ଜମି କିଣାବିକା ସଂକ୍ରାନ୍ତିୟ ଅଭିଯୋଗ, ଅଣ ଆଦିବାସୀ ଜମି ଅକ୍ତିଆର କରିବା ଓ ଅଣ ଅଧିକାର ପ୍ରବେଶ, ଜମି ଜାଲିଆତି ଅଭିଯୋଗର ଶୁଣାଣି ହୋଇଛି । ଆଗକୁ ମାଲକାନଗିରି ଜିଲାର ସମସ୍ତ ତହସିଲ ଅଧିନରେ ଆଦିବାସୀ ଜମି ସଂକ୍ରାନ୍ତିୟ ଅଭିଯୋଗର ଶୁଣାଣି ପ୍ରକୋଷ୍ଠ ଅନୁଷ୍ଠିତ ହେବ । ପ୍ରତ୍ୟେକ ପଞ୍ଚାୟତ ଅଧିନରେ ମଧ୍ୟ ଶୁଣାଣି କରି ଆଦିବାସୀଙ୍କ ବିନା ଅନୁମତିରେ ଦଖଲ ହୋଇଥିବା ଜମି, ଜମି ଜାଲିଆତିକୁ ରଦ୍ଦ କରି ପୁନର୍ବାର ଆଦିବାସୀଙ୍କୁ ଜମି ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ମାଲକାନଗିରି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ।
ଦୀର୍ଘ ବର୍ଷରୁ ମାଲକାନଗିରି ଜିଲାରେ ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କ ଦଖଲରେ ରହିଛି । ଅଧିକାଂଶ ଜାଲିଆତି କରି ଜମି ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ନିରୀହ ଆଦିବାସୀଙ୍କୁ ଭୂତାଇ ଜମି ଦଲାଲମାନେ ମାଲେମାଲ ହେଉଛନ୍ତି । ଏ ସମସ୍ତ ଦୃଷ୍ଟିରୁ ପ୍ରଶାସନ ତରଫରୁ ଏହି ଅଭିଯୋଗ ପ୍ରକୋଷ୍ଠକୁ ତ୍ବରାନ୍ବିତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ