ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା : ବ୍ଲକ ଓ ପୌରାଞ୍ଚଳରେ ୧୨ଟି କେନ୍ଦ୍ର ପରୀକ୍ଷା ଦେଲେ ୨୩୫୭ ଛାତ୍ରଛାତ୍ରୀ, ଅନୁପସ୍ଥିତ ୧୩
ଜୟପୁର, ୧୯ ଫେବୃଆରୀ (ହି.ସ.)- ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନରେ ଓଡିଆ ପରୀକ୍ଷା ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ଜୟପୁର ବ୍ଲକ ଏବ˚ ପୌରାଞ୍ଚଳର ୧୨ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ୨ହଜାର ୩୭୦ ଜଣ ଫର୍ମଫିଲପ କରିଥିଲେ। ସେମାନଙ୍କ ମଧ୍ୟରୁ ଆଜି ୨ ହଜାର ୩୫୭ ଜଣ ପରୀକ୍ଷା ଦେଇଥିଲେ।
ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ବ୍ଲକ ଓ ପୌରାଞ୍ଚଳରେ ୧୨ଟି କେନ୍ଦ୍ର ପରୀକ୍ଷା ଦେଲେ ୨୩୫୭,ଅନୁପସ୍ଥିତ ୧୩


ଜୟପୁର, ୧୯ ଫେବୃଆରୀ (ହି.ସ.)- ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନରେ ଓଡିଆ ପରୀକ୍ଷା ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ଜୟପୁର ବ୍ଲକ ଏବ˚ ପୌରାଞ୍ଚଳର ୧୨ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ୨ହଜାର ୩୭୦ ଜଣ ଫର୍ମଫିଲପ କରିଥିଲେ। ସେମାନଙ୍କ ମଧ୍ୟରୁ ଆଜି ୨ ହଜାର ୩୫୭ ଜଣ ପରୀକ୍ଷା ଦେଇଥିଲେ। କୌଣସି କାରଣରୁ ଅନୁପସ୍ଥିତ ଥିଲେ ୧୩ ଜଣ । ଦ୍ବିତୀୟ ପରୀକ୍ଷା ଆସନ୍ତା ୨୧ ତାରିଖରେ ରହିଛି। ସେଦିନ ଇ˚ରାଜୀ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ପୂର୍ବାହ୍ନ ୯ଟାରେ ପରୀକ୍ଷା ଲାଗି ସମୟ ଧାର୍ଯ୍ୟ ହୋଇଥିଲା। ପ୍ରଥମ ଦିନ ହୋଇଥିବାରୁ ସାଢେ ୭ଟାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ର ପରିସରକୁ ଛଡାଯାଇଥିଲା। ତା' ପୂର୍ବରୁ ଛାତ୍ର ଛାତ୍ରୀଙ୍କ ଆଡମିଟ କାର୍ଡ ଯାଞ୍ଚ କରାଯାଇଥିଲା। କେନ୍ଦ୍ର ଭିତରକୁ ବ୍ୟାଗ, ମୋବାଇଲ, ବୈଦ୍ୟୁତିକ ଏବ˚ ଅନ୍ୟାନ୍ୟ ସାମଗ୍ରୀ ନେବାକୁ ବାରଣ କରାଯାଇଥିଲା। ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ନୋଡାଲ କେନ୍ଦ୍ରରୁ ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ଆସିଥିଲା। ୯ଟାରୁ ୧୦ଟା ପର୍ଯ୍ୟନ୍ତ ଓଏମଆର ପରୀକ୍ଷା ଦେଇଥିଲେ ଛାତ୍ର ଛାତ୍ରୀ। ପରେ ୧୦ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ସବଜେକ୍ଟିଭ ପରୀକ୍ଷା ଦେଇଥିଲେ। କପି ରୋକିବା ଏବ˚ ପ୍ରଶ୍ନପତ୍ର କିପରି ଲିକ୍ ହେବ ନାହିଁ ଏଥିଲାଗି କଡା ପଦକ୍ଷେପ ନିଆଯାଇଥିଲା। ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ସ୍କ୍ବାଡ୍ ପରିଦର୍ଶନ କରି ତଦାରଖ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande