ଆଇଆଇଟି ଖଡଗପୁରରେ ହଂବୋଲ୍ଟ ଫେଲୋଜର ବୈଠକ ଅନୁଷ୍ଠିତ
ଖଡଗପୁର, 19 ଫେବ୍ରୁଆରି (ହି.ସ.)- ଆଇଆଇଟି ଖଡଗପୁରର ପ୍ଲାଟିନମ୍ ଜୁବିଲି ବର୍ଷ ଅବସରରେ 2026 ସାଲ ପାଇଁ ସଂସ୍ଥାନର ସମସ୍ତ ଆଲେକଜାଣ୍ଡର ଭାନ ହମବୋଲ୍ଡଟ ଫାଉଣ୍ଡେସନ (ଏଭିଏଚ୍) ଫେଲୋମାନଙ୍କର ପ୍ରଥମ ସଭା ଆୟୋଜିତ କରାଯାଇଥିଲା। ଏହି ପଦକ୍ଷେପକୁ ସହଯୋଗାତ୍ମକ ଶିକ୍
ଆଇଆଇଟି


ଖଡଗପୁର, 19 ଫେବ୍ରୁଆରି (ହି.ସ.)- ଆଇଆଇଟି ଖଡଗପୁରର

ପ୍ଲାଟିନମ୍ ଜୁବିଲି ବର୍ଷ ଅବସରରେ 2026 ସାଲ ପାଇଁ ସଂସ୍ଥାନର ସମସ୍ତ ଆଲେକଜାଣ୍ଡର ଭାନ

ହମବୋଲ୍ଡଟ ଫାଉଣ୍ଡେସନ (ଏଭିଏଚ୍)

ଫେଲୋମାନଙ୍କର ପ୍ରଥମ ସଭା ଆୟୋଜିତ କରାଯାଇଥିଲା। ଏହି ପଦକ୍ଷେପକୁ ସହଯୋଗାତ୍ମକ ଶିକ୍ଷାଗତ

କାର୍ଯ୍ୟକଳାପକୁ ପୁନର୍ଜୀବିତ କରିବା ଓ ଆନ୍ତର୍ଜାତୀୟ ଗବେଷଣା ସହଯୋଗକୁ ମଜବୁତ କରିବା ଦିଗରେ

ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି। ସଭାରେ ବରିଷ୍ଠ ଓ ଯୁବ ହମ୍ବୋଲ୍ଟ ଫେଲୋମାନେ

ଉତ୍ସାହର ସହ ଭାଗ ନେଇଥିଲେ ଏବଂ ବିଶ୍ୱସ୍ତରରେ ଶିକ୍ଷାଗତ ସହଭାଗିତାର ବିସ୍ତାର, ସଂଯୁକ୍ତ ଗବେଷଣା ପ୍ରକଳ୍ପ ଓ ଦୀର୍ଘକାଳୀନ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା

କରାଯାଇଥିଲା।

ସଂସ୍ଥାନର ବୋର୍ଡରୁମ୍‌ରେ

ଆୟୋଜିତ ଏହି ଅଧିବେଶନକୁ ସଂସ୍ଥାନର ନିର୍ଦ୍ଦେଶକ ଏବଂ ହମ୍ବୋଲ୍ଟ କ୍ଲବ୍‌ର ଅଧ୍ୟକ୍ଷ ପ୍ରୋଫେସର

ସୁମନ ଚକ୍ରବର୍ତୀ ସମ୍ବୋଧନ କରିଥିଲେ ଓ ସଭାପତିତ୍ୱ କରିଥିଲେ। ସଭା ସମୟରେ 2026–27 ମସିହାରେ ପର୍ଯ୍ୟାୟକ୍ରମେ ରୂପାୟଣ ହେବାକୁ

ଥିବା ବିଭିନ୍ନ ଶିକ୍ଷାଗତ ଓ ସହଯୋଗାତ୍ମକ କାର୍ଯ୍ୟକ୍ରମର ରୂପରେଖ ମଧ୍ୟ ନିର୍ଦ୍ଧାରିତ

କରାଯାଇଥିଲା।

ଏହି ପରିପ୍ରେକ୍ଷିରେ

ହମ୍ବୋଲ୍ଟ କ୍ଲବ୍‌ର ଆଇଆଇଟି ଖଡ଼ଗପୁର ଚ୍ୟାପ୍ଟରର କାର୍ଯ୍ୟକାରୀ ସମିତିକୁ ପ୍ରଫେସର ସୁମନ

ଚକ୍ରବର୍ତୀଙ୍କ ନେତୃତ୍ୱରେ ପୁନର୍ଗଠନ କରାଯାଇଥିଲା, ଯିଏ ନିଜେ ଜଣେ ଅଲେକ୍ସାଣ୍ଡର ଭାନ୍ ହମ୍ବୋଲ୍ଟ ଫେଲୋ। ସଂସ୍ଥାନରେ ବର୍ତ୍ତମାନ ପ୍ରାୟ

50 ଜଣ ଏଭିଏଚ୍ ଫେଲୋ ସକ୍ରିୟ ଅଛନ୍ତି, ଯାହା ଆଇଆଇଟି ଖଡ଼ଗପୁରର

ଶକ୍ତିଶାଳୀ ଆନ୍ତର୍ଜାତୀୟ ଗବେଷଣା ଉପସ୍ଥିତି ଓ ବିଶ୍ୱ ଶିକ୍ଷାଗତ ନେଟୱର୍କରେ ତାହାର ସକ୍ରିୟ

ଭୂମିକାକୁ ପ୍ରକାଶ କରେ।

ନବଗଠିତ କାର୍ଯ୍ୟକାରୀ

ସମିତିରେ ଅଧ୍ୟକ୍ଷ ଭାବେ ପ୍ରଫେସର ସୁମନ ଚକ୍ରବର୍ତୀ, ସଚିବ ଭାବେ ପ୍ରଫେସର କିନ୍ସୁକ ନସ୍କର ଏବଂ କୋଷାଧ୍ୟକ୍ଷ ଭାବେ ପ୍ରୋଫେସର ଶୈଳେନ୍ଦ୍ର

କେ. ବର୍ଷଣୀଙ୍କୁ ଦାୟିତ୍ୱ ଦିଆଯାଇଛି। ସଂସ୍ଥାନ ଅନୁସାରେ, ଏହି

ପୁନର୍ଗଠନ ଗବେଷଣା ସହଯୋଗକୁ ସଂରଚିତ ରୂପ ଦେବା, ଯୁବ ଗବେଷକମାନଙ୍କୁ

ଆନ୍ତର୍ଜାତୀୟ ମଞ୍ଚ ସହ ଯୋଡ଼ିବା ଏବଂ ସଂଯୁକ୍ତ ଶିକ୍ଷାଗତ କାର୍ଯ୍ୟକ୍ରମକୁ ଗତି ଦେବାରେ ସହାୟକ

ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande