
Kendrapara, 19 ଫେବ୍ରୁଆରି (ହି.ସ.)
କେନ୍ଦ୍ରାପଡା-୧୯/୦୨: ପରିବେଶ ପ୍ରଦୂଷଣ କରୁଥିବା ଓ ଉତାପ ବଢାଉଥିବା ନାଲି ଇଟାଭାଟି କରିବା ବେଆଇନ କାର୍ଯ୍ୟ ହୋଇଥିବା ବେଳେ ବିଭିନ୍ନ ଅଂଚଳରେ ଇଟା ମାଫିଆ ମାନେ ପ୍ରଚୁର ପରିମାଣ ର ନାଲି ଇଟାଭାଟି କରି ରାଜସ୍ୱ ଫାଙ୍କି ଚାଲିଛନ୍ତି । ଖବରପାଇ ଉପ ଜିଲ୍ଲପାଳ ଅରୁଣ କୁମାର ନାୟକ ଡେରାବିଶ ବ୍ଲକ ଅଧିନ ଲକ୍ଷ୍ମୀନାରାୟଣପୁର, ଛତା, ଚାଟରାଚକଡା ଓ କେନ୍ଦ୍ରାପଡା ସହର ଉପକଣ୍ଠ କାଳୀ ମନ୍ଦିର ପଛପଟେ ଥିବା କପଳେଶ୍ୱର ପଂଚାୟତର ସରକାରୀ ଓ ବେସରକାରୀ ଜାଗାରେ ହୋଇଥିବା ଖୋଲା ନାଲି ଇଟାଭାଟି ଉପରେ ଚଢାଉ କରି ଭାଙ୍ଗିଥିବା ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ରବି