କଣ୍ଟାବାଞ୍ଜି ଉପକାରାଗାର ଜେଲର ସନ୍ତୋଷିନୀ ଦାଶ ନିଲମ୍ବିତ
କାର୍ଯ୍ୟରେ ଯୋଗ ନଦେବାରୁ ଜେଲ୍ ଡିଜିଙ୍କ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର, 19 ଫେବୃଆରୀ (ହି.ସ.) : କଣ୍ଟାବାଞ୍ଜି ଉପକାରାଗାର ଜେଲର ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାର ଜେଲରୁ କଣ୍ଟାବାଞ୍ଜି ଉପକାରାଗାରକୁ ବଦଳି ହୋଇଥିବା ସତ୍ତ୍ୱେ ସେ ନୂତନ କାର୍ଯ୍ୟସ୍ଥଳରେ ଯୋଗ ଦେଇନଥିବାରୁ ଏହି
କଣ୍ଟାବାଞ୍ଜି ଉପକାରାଗାର ଜେଲର ସନ୍ତୋଷିନୀ ଦାଶ ନିଲମ୍ବିତ


କାର୍ଯ୍ୟରେ ଯୋଗ ନଦେବାରୁ ଜେଲ୍ ଡିଜିଙ୍କ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, 19 ଫେବୃଆରୀ (ହି.ସ.) : କଣ୍ଟାବାଞ୍ଜି ଉପକାରାଗାର ଜେଲର ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାର ଜେଲରୁ କଣ୍ଟାବାଞ୍ଜି ଉପକାରାଗାରକୁ ବଦଳି ହୋଇଥିବା ସତ୍ତ୍ୱେ ସେ ନୂତନ କାର୍ଯ୍ୟସ୍ଥଳରେ ଯୋଗ ଦେଇନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜେଲ୍ ଡିଜି କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଚୌଦ୍ୱାରରୁ କଣ୍ଟାବାଞ୍ଜି ଜେଲକୁ ସ୍ଥାନାନ୍ତର ଆଦେଶ ପରେ ମଧ୍ୟ ଜେଲର ସନ୍ତୋଷିନୀ ଦାଶ ନିର୍ଦ୍ଧାରିତ ସମୟରେ ନୂତନ ଦାୟିତ୍ୱ ଗ୍ରହଣ କରିନଥିଲେ। ଶେଷରେ ଜେଲ୍ ଡିଜିଙ୍କ ଦ୍ୱାରା ନିଳମ୍ବନ ଆଦେଶ ଜାରି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande