ଯୁବ ସମାଜ ସେବୀଙ୍କୁ ଶ୍ରଦ୍ଧାଞ୍ଜଳି ।
କେନ୍ଦ୍ରାପଡା 19 ଫେବ୍ରୁଆରି (ହି.ସ.)କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋର ପଂଚାୟତର ଯୁବ ସମାଜସେବୀ ବିଚିତ୍ରାନନ୍ଦ ଜେନାଙ୍କ ୪୦ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବସନ୍ତ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ଉପସ୍ଥିତ ଅତିଥିମାନେ ସ୍ୱର୍ଗତଃ ଜେନାଙ୍କର ମିଷ୍ଟଭାଷୀ, ପରୋପକାରୀ ଓ ସ
ଯୁବ ସମାଜ ସେବୀଙ୍କୁ ଶ୍ରଦ୍ଧାଞ୍ଜଳି ।


କେନ୍ଦ୍ରାପଡା 19 ଫେବ୍ରୁଆରି (ହି.ସ.)କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋର ପଂଚାୟତର ଯୁବ ସମାଜସେବୀ ବିଚିତ୍ରାନନ୍ଦ ଜେନାଙ୍କ ୪୦ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବସନ୍ତ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ଉପସ୍ଥିତ ଅତିଥିମାନେ ସ୍ୱର୍ଗତଃ ଜେନାଙ୍କର ମିଷ୍ଟଭାଷୀ, ପରୋପକାରୀ ଓ ସମାଜ ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିବେକାନନ୍ଦ ସାମଲ, ପ୍ରଶାନ୍ତ ବରାଳଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande