
ସମ୍ବଲପୁର,୧୯ ଫେବୃଆରୀ(ହି.ସ.) – ସମ୍ବଲପୁରର ବିଶିଷ୍ଟ ବିଶେଷଜ୍ଞ, ସମାଜସେବୀ ତଥା ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ସ୍ମୃତିରେ ଝାଡୁଆପଡାର ଯୁବଉଦୟନ ଅନୁଷ୍ଠାନ ପକ୍ଷରୁ ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲାଏଥିରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ପାର୍ଥସାରଥୀ ମିଶ୍ର, ଜଗଦୀଶ ମିଶ୍ର, ଡ. ସିଦ୍ଧାର୍ଥ ପଣ୍ଡା ପ୍ରମୁଖ ସଦସ୍ୟଗଣ ସ୍ୱର୍ଗତ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରିଥିଲେ। ଝାଡୁଆପଡାର ଆରଣ୍ୟକ କଲ୍ୟାଣ ମଣ୍ଡପ ନବୀକରଣ ଓ ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଏପରିକି ବିବିଧ ପର୍ବ, ସମାରୋହ ଉତ୍ସବାଦିର ଆୟୋଜନରେ ତାଙ୍କର ଅତୁଳନୀୟ ଅବଦାନ ରହିଥିବା ବିଷୟରେ ବୋଲି ସଭାରେ ସଭ୍ୟମାନେ ଆଲୋଚନା କରି ଡ଼ା. ପାଣିଗ୍ରାହୀ ରାଜନୀତିକୁ ଆସିବା ପରେ ମଧ୍ୟ ଯୁବଉଦୟନ ପାଇଁ ପୂର୍ବବତ ସମଭାବ ପୋଷଣ କରୁଥିଲେ ବୋଲି କହିଥିଲେ।
ସଭାରେ ପ୍ରାଣରଞ୍ଜନ ପଣ୍ଡା, ସୁଭେନ୍ଦ୍ର ପଣ୍ଡା,ମୁକେଶ ସରାଫ,ନଭକେଶ ପ୍ରସାଦ ସାହୁ, ସୀତାକାନ୍ତ ପାଣିଗ୍ରାହୀ, ଶୁଭେନ୍ଦୁ ମିଶ୍ର, ସରୋଜ କୁମାର ସାହୁ,ବାବୁଲୁ ପୁରୋହିତ ଏବଂ ସମ୍ପାଦକ ଅଭିଷେକ ମିଶ୍ରଙ୍କ ସମେତ ବହୁ ସକ୍ରିୟ ସଦସ୍ୟ ଯୋଗଦେଇ ସ୍ୱର୍ଗତ ଡା. ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ