
କେନ୍ଦ୍ରାପଡା , 19 ଫେବ୍ରୁଆରି (ହି.ସ.)କେନ୍ଦ୍ରାପଡ଼ା ଜିଲାରେ ସରକାରୀ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବା ପାଇଁ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ପକ୍ଷରୁ ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଡ. ନାୟକ ତାଙ୍କ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲାରେ ବହୁ ମେଧାବୀ ପିଲା ଅଛନ୍ତି ଜ୍ଝଉଚ୍ଚ ଶିକ୍ଷା ପାଇଁ ଅନ୍ୟତ୍ର ଯାଉଛନ୍ତି ଜ୍ଝଏହି ଜିଲାରେ ବହୁ ଦୀର୍ଘ ବର୍ଷର ମହାବିଦ୍ୟାଳୟ ଓ ବିଦ୍ୟାଳୟ ରହିଛି । କିନ୍ତୁ ଦୁଃଖର କଥା ହେଲେ ବିଶ୍ୱବିଦ୍ୟାଳୟ ନାହିଁ । ତେଣୁ ଏହି ଜିଲାରେ ଏକ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଏହି ଜିଲାର ଗୁରୁତ୍ୱ ବୃଦ୍ଧି ପାଇବ । ଏଥିରେ କେନ୍ଦ୍ରାପଡ଼ା ଜିଲାର ଛାତ୍ରଛାତ୍ରୀମାନେ ପାଠ ପଢିବାର ସୁଯୋଗ ପାଇବେ । ଏହାସହ ଅନ୍ୟ ଜିଲା ଓ ରାଜ୍ୟର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବାକୁ ଆସିବେ । ଏହାଦ୍ୱାରା ଜିଲାର ଆର୍ଥିକ ମାନଦଣ୍ଡ ମଧ୍ୟ ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ଡ଼. ନାୟକ ଅବଗତ କରାଇଛନ୍ତି ନିଜ ଦାବିପତ୍ର ମାଧ୍ୟମରେ ଜ୍ଝମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ ଉପସ୍ଥିତ ରହିବା ସହ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି