
ଜୟପୁର,୧୯ ଫେବୃଆରୀ(ହି.ସ.) – ଦେବୋତର ସେବାୟତ କଲ୍ୟାଣ ସମିତି ପକ୍ଷରୁ ସ୍ଥାନୀୟ ଗୀତା ଭବନ ପରିସରରେ ଦେବୋତର ବିଭାଗର କୃଷ୍ଣଚନ୍ଦ୍ର ଦାଶଙ୍କ ବିୟୋଗରେ ଶୋକସଭା ପାଳିତ ହୋଇଯାଇଛି। ଦେବୋତର ଅଧିକାରୀ ତଥା ତହସିଲଦାର ସବ୍ୟସାଚ୍ଚୀ ଜେନାଙ୍କ ଉପସ୍ଥିତିରେ ଦେବୋତର ଅଧିନରେ ଥିବା ସମସ୍ତ ମନ୍ଦିରର ସେବାୟତମାନେ ଉପସ୍ଥିତ ରହି ସ୍ୱର୍ଗତ ଦାଶଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଜିବନୀ ବିଷୟରେ ଆଲୋକପାତ କରିଥିଲେ। ସ୍ୱର୍ଗତ ଦାଶ ଜଣେ ମେଳାପି ଓ ସମସ୍ତଙ୍କ ସହ ସ୍ନେହି ଥିଲେ। ଦୀର୍ଘଦିନ ଧରି ଜୟପୁର ଦେବୋତରରେ କିରାଣୀ ଭାବେ କାର୍ଯ୍ୟରତ ଥିଲେ। କଫ ଓ ଶ୍ୱାସ ଜନିତ ରୋଗ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିଲା। ଯେ କୌଣସି ଜାନି ଯାତ୍ରା ହେଲେ ମଧ୍ୟ ସେ ପୂର୍ବରୁ ସମସ୍ତ ପ୍ରସ୍ତୁତି କରିଦେଉଥିଲେ। ପିଲାଠାରୁ ବୁଢା, ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ସହ ଭଲ ସମ୍ପର୍କ ଥିଲା ବୋଲି ସେବାୟତମାନେ ପ୍ରକାଶ କରିଥିଲେ। ଏହି ଶୋକସଭାରେ ବାବୁ ବଜରଙ୍ଗୀ, ସମାଜସେବୀ ପରେଶ ରଥଙ୍କ ସମେତ ଅନ୍ୟ ସେବାୟତ ମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି