'ସତୀ ଲୁହରେ ଜଳୁଛି ଲଙ୍କା' ନାଟକ ମଞ୍ଚସ୍ଥ
ଗଞ୍ଜାମ, ୧୯ ଫେବୃଆରୀ (ହି.ସ.)- ଭାରତୀୟ ଗ୍ରାମୀଣ ସମାଜ ବିକାଶ (ଆଇଏସଆରଡି), ବ୍ରହ୍ମପୁର ତରଫରୁ ଖଜୁରୀ ପଲ୍ଲୀ, ଘିଙ୍ଗିଶିବାଡ଼ି ଓ କେନ୍ଦୁପଲ୍ଲି ଗ୍ରାମବାସୀ ଓ ଏହାର ପରିଚାଳନା କମିଟି ତତ୍ତ୍ଵାବଧନରେ ସତୀ ଲୁହରେ ଜଳୁଛି ଲଙ୍କା ପୌରାଣିକ ନାଟକ ବୁଧବାର ରାତିରେ ମଞ୍ଚସ୍ଥ ହୋଇଯାଇଛି। ଏହାର ଉଦ୍ଦ
ସତୀ ଲୁହରେ ଜଳୁଛି ଲଙ୍କା


ଗଞ୍ଜାମ, ୧୯ ଫେବୃଆରୀ (ହି.ସ.)- ଭାରତୀୟ ଗ୍ରାମୀଣ ସମାଜ ବିକାଶ (ଆଇଏସଆରଡି), ବ୍ରହ୍ମପୁର ତରଫରୁ ଖଜୁରୀ ପଲ୍ଲୀ, ଘିଙ୍ଗିଶିବାଡ଼ି ଓ କେନ୍ଦୁପଲ୍ଲି ଗ୍ରାମବାସୀ ଓ ଏହାର ପରିଚାଳନା କମିଟି ତତ୍ତ୍ଵାବଧନରେ ସତୀ ଲୁହରେ ଜଳୁଛି ଲଙ୍କା ପୌରାଣିକ ନାଟକ ବୁଧବାର ରାତିରେ ମଞ୍ଚସ୍ଥ ହୋଇଯାଇଛି। ଏହାର ଉଦ୍ଦେଶ୍ୟ ଥିଲା, ଆଧୁନିକ ସମାଜରେ ଅବହେଳିତ ନାରୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ସମାଜରେ କିଛି ପରିବର୍ତ୍ତନ ଆସିବ ବୋଲି ଆମର ଆଶା ଓ ବିଶ୍ବାସ । ସତୀ ସୀତା ମାଆର ଲୁହରେ ଲଙ୍କାର ଐଶ୍ୱର୍ଯ୍ୟବାନ ରାବଣର ଅନ୍ୟାୟ ଓ ଅତ୍ୟାଚାର ଯୋଗୁଁ ଯେପରି ଲଙ୍କା ରାଜ୍ୟ ଧ୍ବଂସାଭିମୁଖୀ ହୋଇଥିଲା ସେପରି ଆମ ଦେଶରେ ରାବଣ ରୁପୀ ଅସୁର ମାନଙ୍କ ନିପାତ ହେବା ଉଚିତ । ଶ୍ରୀରାମଙ୍କ ସତ୍ୟ ନିଷ୍ଠା ଯୋଗୁଁ ଧର୍ମର ଜୟ ଓ ପାପର କ୍ଷୟ ହୋଇଥିଲା । ଏହି ନାଟକରେ ଆଜି ଆମକୁ ସେହି ରାମରାଜ୍ୟ ଗଠନ କରିବା ପାଇଁ ସମସ୍ତେ ତତ୍ପର ହେବା ପାଇଁ ପ୍ରେରଣା ମିଳିଛି। ଉକ୍ତ ଗ୍ରାମ୍ୟ ନାଟକରେ ମୁଖ୍ୟ ଅତିଥି ସୁଧୀର କୁମାର ସାବତ, ଆଇଏସଆରଡି ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ତାଙ୍କର ଅନୁପସ୍ଥିତିରେ, ଅନୁଷ୍ଠାନର ଚେୟାରମେନ ସଚ୍ଚିଦାନନ୍ଦ ନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଗ୍ରାମର ପରିଚାଳନା କମିଟିର ସଭ୍ୟବୃନ୍ଦ ତଥା ନିମନ୍ତ୍ରିତ ଅତିଥି ଗହଣରେ ମୁଖ୍ୟ ଅତିଥିଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ସମ୍ମାନିତ ଅତିଥି ସରପଞ୍ଚ ଶ୍ରୀମତୀ ରଶ୍ମିତା ଆଚାର୍ଯ୍ୟ, ସମିତି ସଭ୍ୟ ମଞ୍ଜୁଳା ନାୟକ ଏଵଂ ଏହା ବ୍ୟତୀତ ଗଞ୍ଜାମ ଜିଲ୍ଲା କଳାକାର ସଂଘର ସଂଯୋଜକ ମହେଶ୍ୱର ବରାଡ, ଗଞ୍ଜାମ ଜିଲ୍ଲା ଗାୟତ୍ରୀ ଶକ୍ତିପୀଠର ସଂଯୋଜକ ପ୍ରଫୁଲ୍ଲ ଦାସ, ଶିଶୁ ମଙ୍ଗଳ ସମିତି ପୂର୍ବତନ ଚେୟାରମେନ ବି. ବୈରାଗୀ ପାତ୍ର ଏବଂ ପରିଚାଳନା କମିଟି ବୃନ୍ଦ ସର୍ବଶ୍ରୀ ସଭାପତି ଭଗବାନ ନାୟକ, ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ ଓ କଳାକାର ନିର୍ଦ୍ଦେଶକ ଅର୍ଜୁନ ସେଠୀ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ପ୍ରଭାତ କୁମାର ପାଢ଼ୀ, ଗୋପାଳ କୃଷ୍ଣ ଦଳବେହେରା ଓ ଗ୍ରାମବାସୀ ବଳରାମ ମଲ୍ଲିକ ଓ ଅନ୍ୟମାନେ ସାମୁହିକ ଭାବରେ ସହଯୋଗ କରିଥିଲେ। ନାଟକ ପରିବେଷଣ ପୂର୍ଵବର୍ତ୍ତୀ ସ୍ୱଳ୍ପ ସମୟରେ ମଞ୍ଚାସୀନ ଅତିଥିବୃନ୍ଦ ନିଜର ବକ୍ତବ୍ୟରେ ଏହି ଆଦିବାସୀ ବହୁଳ ଅଂଚଳ ଏକତା ପ୍ରତି ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ଗ୍ରାମବାସୀ ବଳରାମ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande