
ନୂଆଦିଲ୍ଲୀ, 19 ଫେବ୍ରୁଆରି (ହି.ସ.)- ଭାରତ ମଣ୍ଡପମରେ
ଆୟୋଜିତ ଇଣ୍ଡିଆ ଏଆଇ ଶିଖର ସମ୍ମିଳନୀରେ ଉପସ୍ଥିତ ବିଶ୍ୱ ନେତାମାନେ ଏବଂ ଶୀର୍ଷ ସିଇଓମାନଙ୍କ
ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ମରଣୀୟ ସାମୂହିକ ଫଟୋ ଉଠାଇଛନ୍ତି।
ଏହି ଅବସରରେ
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉପସ୍ଥିତ ଥିବା ପ୍ରମୁଖ ବିଶ୍ୱ ନେତାମାନେ ହେଲେ ଫ୍ରାନ୍ସର
ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରାଜିଲ୍ର
ରାଷ୍ଟ୍ରପତି ଲୁଇଜ ଇନସାନିଓ ଲୁଲା ଦା ସିଲଭା, ଭୁଟାନର
ପ୍ରଧାନମନ୍ତ୍ରୀ ସ୍ତେରିଂଗ ତୋବେଗେ, ଆବୁଧାବିର କ୍ରାଉନ୍ ପ୍ରିନ୍ସ ଖାଲିଦ ବିନ ମହମ୍ମଦ ବିନ୍
ଜାଏଦ ଅଲ ନାହୟନ, ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାରେ
ଦାସାନାୟକେ, ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ଡିକ ସ୍କୁଫ୍, ହେଲେନିକ୍ (ଗ୍ରୀସ୍) ପ୍ରଧାନମନ୍ତ୍ରୀ କ୍ରିୟାକସ
ମିଟସୋଟାକିଜ, ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଜି
ପରମେଲିନ, ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପିଟେରି ଓରପୋ ଏବଂ ଏସ୍ତୋନିଆର ରାଷ୍ଟ୍ରପତି ଅଲାର
କାରିସ ।
ଏହା ସହିତ ଗୁଗୁଲର ସିଇଓ ସୁନ୍ଦର
ପିଚାଇ,
ଓପନ ଏଆଇର ସିଇଓ ସାମ୍ ଅଲ୍ଟମାନ ଆନ୍ଥ୍ରୋପିକର ସିଇଓ ଓ
ସହ-ସଂସ୍ଥାପକ ଡାରିଓ ଆମୋଦେଇଓ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ମୋଦି
ଶିଖର ସମ୍ମିଳନୀ ସମୟରେ ଅନେକ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।
ବିଭିନ୍ନ ଦେଶର ପାଭିଲିୟନ ଗସ୍ତ କରିଛନ୍ତି ଏବଂ ଏଆଇର ଜନକେନ୍ଦ୍ରିକ ଶାସନ ଉପରେ ଗୁରୁତ୍ୱ
ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା