ପୁରୁଷୋତମ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା
ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ବନ୍ତ ବ୍ଲକ, ଓଡ଼ଙ୍ଗ ପଞ୍ଚାୟତ ସରମରା ସ୍ଥିତ ପୁରୁଷୋତମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି କା
PURUSOTTAM SCHOOL FUNCTION


ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ବନ୍ତ ବ୍ଲକ, ଓଡ଼ଙ୍ଗ ପଞ୍ଚାୟତ ସରମରା ସ୍ଥିତ ପୁରୁଷୋତମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି କାଦବରାଙ୍ଗ ଉଚ୍ଚ ମାଧ୍ୟମିକ ସଂଯୁକ୍ତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ବିମଳ କୁମାର ଦାସ,ମୁଖ୍ୟବକ୍ତା ଶିକ୍ଷାବିତ୍ ତଥା ପ୍ରବଚକ୍ ହରିହର ପାଣିଗ୍ରାହୀ, ସମ୍ମାନିତ ଅତିଥି କେସିଭିଏମ୍ ପ୍ରଧାନଶିକ୍ଷକ ଶରଦ କୁମାର ଜେନା,ମଙ୍ଗୁଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ରାଉତ, ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ପରମେଶ୍ୱର ପୃଷ୍ଟି, ସ୍ଥାନୀୟ ସରପଂଚ ଲକ୍ଷ୍ମୀପ୍ରିୟା ଦାସ ,ମୋ ସ୍କୁଲ ଅଭିଯାନ କମିଟି ସଭାପତି ଶଶିକାନ୍ତ ଜେନା,ପରିଚାଳନା କମିଟି ସଭାପତି ବିଶ୍ୱନାଥ ଜେନା, ପ୍ରମୁଖ ଅତିଥି ଯୋଗ ଦେଇ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ହେବା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କର ଶାରୀରିକ ଓ ମାନସିକ ବିକାଶର ଅଗ୍ରଗତି ହେଇଥାଏ ବୋଲି କହିଥିଲେ। ମଂଚ ସଂଚାଳନ ଶିକ୍ଷକ ନିରଞ୍ଜନ ରାଉତ,ଶିକ୍ଷୟତ୍ରୀ ଅନସୂୟା ଭୋଇ ଅତିଥି ପରିଚୟ ପ୍ରଦାନ , ବାର୍ଷିକ ବିବରଣୀ ପଠନ ଶିକ୍ଷୟତ୍ରୀ ଜଲିରାଣୀ ଶଙ୍ଖୁଆ , ଧନ୍ୟବାଦ ଅର୍ପଣ ଶିକ୍ଷକ ସୋମନାଥ ବିଶ୍ୱାଳ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅତିଥି ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା।ବିଦ୍ୟାଳୟର ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଅତିଥି ଟଫି ଓ ମାନପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟ ର କାର୍ଯ୍ୟକ୍ରମରେ ଯଶୋବନ୍ତ ସିଂ, ରାମକୃଷ୍ଣ ଆଇଚ, ତାପସ ଜେନା, ଲସୋ କିସ୍କୁ, ଦିବ୍ୟଜ୍ୟୋତି ଜେନା,ସରସ୍ୱତୀ ନାଥ, ଧୀରେନ୍ଦ୍ର ରାଉଳ, ଖଗେଶ୍ୱର ଜେନା, ମଳୟ କୁମାର ଦାସଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ଅଭିଭାବକ ପ୍ରମୁଖ ସହଯୋଗ କରିଥିଲେ। ସ୍କୁଲର ପ୍ରତିଷ୍ଠାତାଙ୍କ ପରିବାର ପକ୍ଷରୁ ଦଶମ ଶ୍ରେଣୀର ସର୍ବାଧିକ ନମ୍ବର ରଖିଥିବା ଦୁଇ ଜଣ ଛାତ୍ର ଓ ଛାତ୍ରୀଙ୍କୁ ଟ୍ରଫି ଓ ନଗଦ ରାଶି ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande