
ମାଲକାନଗିରି, ୧୯ ଫେବୃଆରୀ (ହି.ସ.)- ଆସନ୍ତା୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ମାଲକାନଗିରି ଠାରେ ଅନୁଷ୍ଠିତ ହେବାକୁ ଯାଉଛି I ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାଅଧିକ୍ଷକ ଡI. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା I ଏହି ବୈଠକରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବରିଷ୍ଠ ଡାକ୍ତରଙ୍କ ସହ ଡାକ୍ତରଖାନା ପରିଚାଳକ ଏବଂ ବରିଷ୍ଠ ସେବିକାଗଣ ଉପସ୍ଥିତ ରହିଥିଲେ I ଏହି ଶିବିରରେ ରାଜ୍ୟସ୍ତରୀୟ ବିଶେଷଜ୍ଞ ଡାକ୍ତର ଯଥା ସ୍ନାୟୁ ରୋଗ ବିଶେଷଜ୍ଞ, ହୃଦ ରୋଗ ବିଶେଷଜ୍ଞ, ବୃକକ ରୋଗ ବିଶେଷଜ୍ଞ, ପାଚନତନ୍ତ୍ର ରୋଗ ବିଶେଷଜ୍ଞ, ଅନ୍ତଃ ସ୍ରାବୀ ରୋଗ ବିଶେଷଜ୍ଞ, ଲIପାରୋସ୍କୋପି ଏବଂଶଲ୍ଯ ବିଶେଷଜ୍ଞ ପ୍ରମୁଖ ଡାକ୍ତରୀଦଳ ଯୋଗଦେଇ ଚିକିତ୍ସା ସେବା ସହ ଅସ୍ତ୍ରୋପ୍ରଚIର କରିବାର କାର୍ଯ୍ୟକ୍ରମ ରହିଛି I ସେହିପରି ଜିଲ୍ଲାବାସୀଙ୍କୁ ସଚେତନତା ସହ ଶିବିରରେ ଆସୁଥିବା ବିଶେଷଜ୍ଞ ଡାକ୍ତର ସମ୍ପର୍କିତ ବାର୍ତ୍ତା ଦେବା ନିମନ୍ତେ ୭ଟି ବ୍ଲକ ଓ ମାଲକାନଗିରି ସହରାଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ପ୍ରସାର କରାଯିବା ବ୍ୟବସ୍ଥI କରାଯାଇଛି I ଏହି ଶିବିରକୁ ଅଧିକରୁ ଅଧିକ ରୋଗୀ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା ସେବାର ଲାଭ ଉଠାଇବାକୁ ଅନୁରୋଧ କରାଯାଉଛି I
୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିରକୁ ଆପଣଙ୍କ ପରିବାରର କୌଣସି ବ୍ୟକ୍ତି ଯଦି ଉପରୋକ୍ତ ରୋଗରେ ପୀଡିତ ରହିଥିବେ ସେମାନଙ୍କୁ ନିର୍ଦ୍ଧାରିତ ତାରିଖରେ ଶିବିରକୁ ଆଣି ଉତ୍ତମ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା କରାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ