ପୌର ଅଧ୍ୟକ୍ଷ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ : ପୂର୍ବତନ ପୌର ଉପାଧ୍ୟକ୍ଷ
ଜୟପୁର, ୧୯ ଫେବୃଆରୀ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସହରରେ ରାଜନୀତି ସରଗରମ ହୋଇଯାଇଛି । ଏହିପରି ଆଜି ପୂର୍ବତନ ଉପାଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ରଥ ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ପୌରସଂସ୍ଥାର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଜଣେ ଲୋକପ୍ରତିନିଧ ଏବଂ ଦାୟୀତ୍ୱ ସମ୍ପନ
ପୌର ଅଧ୍ୟକ୍ଷ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ : ପୂର୍ବତନ ପୌର ଉପାଧ୍ୟକ୍ଷ


ଜୟପୁର, ୧୯ ଫେବୃଆରୀ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସହରରେ ରାଜନୀତି ସରଗରମ ହୋଇଯାଇଛି । ଏହିପରି ଆଜି ପୂର୍ବତନ ଉପାଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ରଥ ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ପୌରସଂସ୍ଥାର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଜଣେ ଲୋକପ୍ରତିନିଧ ଏବଂ ଦାୟୀତ୍ୱ ସମ୍ପନ୍ନ ପଦବୀରେ ରହିଥିଲେ ସୁଦ୍ଧା ନିଜ ବ୍ୟକ୍ତିଗତ ବ୍ୟବସାୟୀକ ସାମ୍ରାଜ୍ୟକୁ ବଂଚାଇ ରଖିବା ପାଇଁ ହାଇକୋର୍ଟ ଭଳି ଏକ ପବିତ୍ର ସଂସ୍ଥାକୁ ବିଭ୍ରାନ୍ତ କରିବା ସହିତ ମିଥ୍ୟା ସତ୍ୟପାଠ ମାଧ୍ୟମରେ ରୁଟ ପରମିଟ ହାସଲ କରିବା ଏକ କଳଙ୍କିତ ଇତିହାସ ସୃଷ୍ଟି କରିବା ସହିତ ଜୟପୁର ସହର ପାଇଁ ଏହା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିବା ସହିତ ତୁରନ୍ତ ପୌର ଅଧ୍ୟକ୍ଷ ଶ୍ରୀ ମହାନ୍ତି ନୈତିକତା ଦୃଷ୍ଟିରୁ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି । ଏହିପରି ନିଜ ମାଲିକାନାରେ ରହିଥିବା ଘରୋଇ ବସର ଅସ୍ଥାୟୀ ରୁଟ ପରମିଟ ସ୍ଥାୟୀ କରିବା ନେଇ ନିର୍ଦ୍ଧାରିତ ସମୟରେ ଆବେଦନ କରିନଥିବା ଯୋଗୁଁ ଉକ୍ତ ଅସ୍ଥାୟୀ ପରମିଟ ଖାରଜ ହୋଇଯାଇଥିଲା । କିନ୍ତୁ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ମାଧ୍ୟମରେ ବିଶାଖପାଟଣାର ଏକ ଘରୋଇ ଚିକିତ୍ସାଳୟରେ ଅପ୍ରେଲ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ଦୀର୍ଘ ୧୦୬ ଦିନ ଚିକିତ୍ସିତ ହେଉଥିବା ନେଇ ଲିଖିତ ଭାବେ ଜଣାଇଥିଲେ । ଯଦି ସେ ସେଠାରେ ଚିକିତ୍ସା ହେଉଥିଲେ ଉକ୍ତ ଦୀର୍ଘ ୩ ମାସ ପର୍ଯ୍ୟନ୍ତ ଜୟପୁର ସହର ଏବଂ ଅନ୍ୟାନ୍ୟ ସ୍ଥାନରେ ପୌରସଂସ୍ଥା ଓ ସରକାରୀ କାର୍ଯ୍ୟକ୍ରମରେ କିଭଳି ଉପସ୍ଥିତ ରହି ସଭା ଏବଂ ଅନ୍ୟାନ୍ୟ କାର?୍ୟ୍ୟ କରିଥିଲେ । ଏହିପରି ଏହା ବାବଦକୁ ଗସ୍ତଖର୍ଚ୍ଚ ବାବଦକୁ ପୌରସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିବା ୪ ଚକିଆ ଯାନରେ ପେଟ୍ରୋଲ କିମ୍ବା ଡିଜେଲ ବାବଦକୁ ଟଙ୍କା କିଭଳି ପୈଠ କରାଯାଇଛି ବୋଲି ପ୍ରଶ୍ନ କରିବା ସହିତ ଏହା ଭିଜିଲାନ୍ସ ଦ୍ୱାରା ତଦନ୍ତ କରିବାକୁ ଦାବି କରିଛନ୍ତି । ଏହି ଅଭିଯୋଗ ନେଇ ପୂର୍ବରୁ ଜଗତଜନନୀ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା। କିନ୍ତୁ, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟୀତ୍ୱରେ ଜଣେ ଯୁବ ମହିଳା ଭାରତୀୟ ପ୍ରଶାସନିକ ଅଧିକାରୀ ରହିଥିବା ବେଳେ ଏହାର ତଦନ୍ତ ନ କରିବା ଏବଂ ଚୁପ ରହିବାର କାରଣ କ'ଣ ବୋଲି ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ରଥ ପ୍ରଶ୍ନ କରିଛନ୍ତି । ଏହିପରି ଜଗନ୍ନାଥ ସାଗର ଉନ୍ନତୀକରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ଦେଖାଇ ଅଧିକାଂଶ ଟଙ୍କା ନିର୍ମାଣକାରୀ ସଂସ୍ଥା ପୌରସଂସ୍ଥା ପକ୍ଷରୁ ଆତ୍ମସାତ କରାଯାଇଛି । ବର୍ତମାନ ଜଗନ୍ନାଥ ସାଗରର ଉନ୍ନତିମୂଳକ କାର୍ଯ୍ୟ ସମ୍ପନ୍ନ କରିବା ପୌରସଂସ୍ଥାର ଉଦ୍ଦେଶ୍ୟ ନାହିଁ । ଏହାର ପୁନଃଉଦ୍ଧାର ନାମରେ ବିଭିନ୍ନ ସଂସ୍ଥାର ପାଣ୍ଠି ଓ ରାଜ୍ୟ ସରକାରଙ୍କ ପାଣ୍ଠି ଲୁଟ୍ କରିବାର ଜଗନ୍ନାଥ ସାଗର ମୁଖ୍ୟ ଉତ୍ସ ପାଲଟିଛି । ଏହି ଦୁର୍ନିତୀରେ ସିଧାସଳଖ ପୌର ଅଧ୍ୟକ୍ଷ ଶ୍ରୀ ମହାନ୍ତି ସଂଶ୍ଳିଷ୍ଟ ରହିଥିବା ବେଳେ ଜୟପୁର ବିଧାୟକ ମଧ୍ୟ ଏଥିର ସଂଶ୍ଳିଷ୍ଟ ରହିଛନ୍ତି । ନଚେତ ସାଧାରଣ ସଭା ବୈଠକରେ ପୌରଅଧ୍ୟକ୍ଷ ଶ୍ରୀ ମହାନ୍ତି କୌଣସି ଦୁର୍ନିତୀ କରିଲେ ତାଙ୍କୁ ତୁରନ୍ତ ପଦବୀରୁ ହଟାଇବାକୁ ଦାବି କରିବେ ବୋଲି ଭାଷଣାବାଜି କହୁଥିବା ବିଧାୟକ ବର୍ତମାନ ଜଗନ୍ନାଥ ସାଗର ଏବଂ ପୌରସଂସ୍ଥାର ଦୁର୍ନିତୀ ବିରୋଧରେ କୌଣସି ମନ୍ତବ୍ୟ ନ ଦେବା ସ୍ପଷ୍ଟ କରୁଛି ବୋଲି ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ରଥ ଅଭିଯୋଗ କରିଛନ୍ତି । ଏହିପରି ବିଜେଡି ଦଳ ପକ୍ଷରୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ୍ନ ବିଭାଗିୟ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଏବଂ ପୌର ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଏହାର ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବ । ଅନ୍ୟଥା ଆଗାମୀ ଦିନରେ ଜୟପୁରରେ ବିଜେଡି ଦଳ ପକ୍ଷରୁ ଏକ ଜୋରଦାର ଆନ୍ଦୋଳନ କରିବା ସହିତ ପୌର ଅଧ୍ୟକ୍ଷଙ୍କୁ ନିଜ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ କରାଯିବ । ଅନ୍ୟଥା ପୌର ଅଧ୍ୟକ୍ଷ ଶ୍ରୀ ମହାନ୍ତି ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିଥିବା ସହର ବାସିନ୍ଦାଙ୍କୁ ସାଧାରଣରେ କ୍ଷମା ପ୍ରାର୍ଥନା କରିବା ସହିତ ନିଜ ଦୋଷକୁ ସ୍ୱୀକାର କରୁନ୍ତ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଜୟପୁର ନଗର ବିଜେଡି ସଭାପତି ଏ. ଶ୍ରୀନିବାସ ରାଓ ଉପସ୍ଥିତ ରହିଥିଲେ।

ଏଥିନେଇ ପୌର ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କୁ ମତାମତ ନେଇ ଯୋଗାଯୋଗ କରିବାରୁ ଆଗାମୀ ଦିନରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଅଭିଯୋଗର ସମସ୍ତ ଉତର ଦେବା ସହିତ ଖୁଲାସା କରିବି ବୋଲି କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande