ଭଦ୍ରକରେ ପବିତ୍ର ରମଜାନ ମାସ, ଗୁରୁବାରରେ ପ୍ରଥମ ରୋଜା
ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଭଦ୍ରକ ମୁସଲିମ ଜମାତ ଆନୁକୂଲ୍ୟରୁ ମଦିନା ମଇଦାନ ଠାରେ ବୁଧୁବାର ସନ୍ଧ୍ୟା ୭ ଘଟିକା ସମୟରେ ଭଦ୍ରକ ମୁସଲିମ ଜମାତ ର କର୍ମକର୍ତା ଙ୍କ ସହିତ ଭଦ୍ରକର ସମସ୍ତ ମସଜିଦର ମୌଲାନା (ପଣ୍ଡିତ) ମାନଙ୍କ ଉପସ୍ଥିତରେ ପବିତ୍ର ରମଜାନ ମାସ ଚନ୍ଦ୍ର ଦୃଶ୍ୟର ଆଲୋଚନା ଚାଲୁ ରହିଥିଲା
RAMJAN MASA AT BHADRAK


ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଭଦ୍ରକ ମୁସଲିମ ଜମାତ ଆନୁକୂଲ୍ୟରୁ ମଦିନା ମଇଦାନ ଠାରେ ବୁଧୁବାର ସନ୍ଧ୍ୟା ୭ ଘଟିକା ସମୟରେ ଭଦ୍ରକ ମୁସଲିମ ଜମାତ ର କର୍ମକର୍ତା ଙ୍କ ସହିତ ଭଦ୍ରକର ସମସ୍ତ ମସଜିଦର ମୌଲାନା (ପଣ୍ଡିତ) ମାନଙ୍କ ଉପସ୍ଥିତରେ ପବିତ୍ର ରମଜାନ ମାସ ଚନ୍ଦ୍ର ଦୃଶ୍ୟର ଆଲୋଚନା ଚାଲୁ ରହିଥିଲା ଓ ଆଲୋଚନା ପ୍ରାୟ ୩ ଘଂଟା ଚାଲିଥିଲା , ପରିଶେଷରେ ରାତ୍ରି ୧୧ ଘଟିକା ସମୟରେ ଚନ୍ଦ୍ର ଦୃଶ୍ୟର ପ୍ରମାଣ ଆସିଲା ପରେ ଭଦ୍ରକ ମୁସଲିମ ଜମାତ ତରଫରୁ ଘୋଷଣା କରାହେଲା ଯେ ରମଜାନ ମାସର ପ୍ରଥମ ତାରାବୀ ନମାଜ ବୁଧୁବାର ରେ ପ୍ରତ୍ୟେକ ମସଜିଦରେ ପଢିଲେ ଏବଂ ଗୁରୁବାର ଦିନ ପ୍ରଥମ ରୋଜା (ଉପବାସ) ଆରମ୍ଭ ହେବ ଓ ଏହିଭଳି ରମଜାନ ମାସରେ ପ୍ରତ୍ୟେକ ମସଜିଦରେ ଦିନରେ ୫ ଥର ନମାଜ ପାଠ ସହିତ ତରାବୀ ନମାଜ ମଧ୍ୟ ପଢିବେ , ଭୋର ନମାଜ ପୂର୍ବରୁ ଖାଇବା ବନ୍ଦ ହେବ ଏବଂ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ସମୟରେ ରୋଜା ଭଙ୍ଗ ହେବ ଓ ରୋଜା ଭଙ୍ଗ ପରେ ଖାଦ୍ୟ ଖାଇବେ ଇଏହି ରୋଜା ମାସ ଭୋର ରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୋକିଲା ରହିବାକୁ ପଡିବ , ଛେପ ମଧ୍ୟ ଢୁକି ପାରିବ ନାହିଁ , ଯଦି ପାଣି କିମ୍ବା ଛେପ ଢୁକି ଦେଲେ ତାହେଲେ ରୋଜା ଭାଙ୍ଗି ଯାଏ ଓ ଏହି ଆଲୋଚନା ସମୟରେ ମୁସଲିମ ଜମାତର ଉପ-ସଭାପତି ଶେଖ ମହମ୍ମଦ ଜାକାଉଲ୍ଲା , ସାଧାରଣ ସମ୍ପାଦକ ହାଜୀ ଏନାମ ମହମ୍ମଦ , ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ , ହାଜୀ ଅବଦୁଲ ଦୟାନ ,ହାଜୀ କାସିମ ଖାନ, ଇଂ ରେଜାଏ ରସୁଲ , ଇଂ ହବିବୁଲ୍ଲା ଖାନ , ମିର୍ଜା ଏକ୍ରାମ ବେଗ ,ମୁସ୍ତାକ ଗୌହର , ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର, ନାସାର ଅଲି , ଶେଖ ଇମତିଆଜ଼ , ହାଜୀ ସହିଦ ସାହା , ହାଜୀ ହାଫିଜୁର ରହେମାନ, ହାଜୀ କ୍ୟୈୁମ ସାହା , ଅଖତର ଅଲି ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande