ଜନ୍ମଦିନ ରେ ସମାଜସେବୀଙ୍କ ନିଆରା ନିଷ୍ପତି
କେନ୍ଦ୍ରାପଡା 19 ଫେବ୍ରୁଆରି (ହି.ସ.)ନିଜ ଜନ୍ମଦିନ ପାଳନ କରିବା ଅବସରରେ ଏକ ନିଆରା ନିଷ୍ପତି ନେଇଛନ୍ତି କେନ୍ଦ୍ରାପଡାର ଯୁବ ସମାଜସେବୀ ଲୋକନାଥ ଦାସ କ୍ଷ କେନ୍ଦ୍ରାପଡାର କିନ୍ନର ମାନଙ୍କ ପାଇଁ ନିଶୁଳ୍କ ଘରୋଇ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ସେ ନିଷ୍ପତି ନେଇଛନ୍ତି କ୍ଷ ନିଜସ୍ୱ ମହାବୀର ଆମ୍ବୁଲା
--------------ଜନ୍ମଦିନ ରେ ସମାଜସେବୀଙ୍କ ନିଆରା ନିଷ୍ପତି


କେନ୍ଦ୍ରାପଡା 19 ଫେବ୍ରୁଆରି (ହି.ସ.)ନିଜ ଜନ୍ମଦିନ ପାଳନ କରିବା ଅବସରରେ ଏକ ନିଆରା ନିଷ୍ପତି ନେଇଛନ୍ତି କେନ୍ଦ୍ରାପଡାର ଯୁବ ସମାଜସେବୀ ଲୋକନାଥ ଦାସ କ୍ଷ କେନ୍ଦ୍ରାପଡାର କିନ୍ନର ମାନଙ୍କ ପାଇଁ ନିଶୁଳ୍କ ଘରୋଇ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ସେ ନିଷ୍ପତି ନେଇଛନ୍ତି କ୍ଷ ନିଜସ୍ୱ ମହାବୀର ଆମ୍ବୁଲାସ ସେବାକୁ କିନ୍ନର ମାନଙ୍କ ପାଇଁ ସମ୍ପୂର୍ଣ୍ଣ ଦେୟ ମୁକ୍ତ କରିଛନ୍ତି ସେ କ୍ଷ ଏହି ନିଶୁଳ୍କ ସେବା କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ କିନ୍ନର ପାଇ ପାରିବେ କ୍ଷ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଯେ କୌଣସି ସ୍ଥାନକୁ ଯିବା ପାଇଁ ହେଲେ କିନ୍ନର ମାନେ ଏହି ସେବା ନେଇ ପାରିବେ କ୍ଷ ଆଜି ସମାଜସେବୀ ଲୋକନାଥ ନିଜ ଜନ୍ମଦିନ ପାଳନ କରିବା ଅବସରରେ ତିନିମୁହାଣୀ ସ୍ଥିତ ରାମ ମନ୍ଦିର ପରିସରରେ ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସ କୁ କିନ୍ନର ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ କ୍ଷ ଏହା କିନ୍ନର ମାନଙ୍କ ପ୍ରତି ଏକ ସମ୍ମାନ ଓ ଶ୍ରଦ୍ଧାର ପ୍ରତୀକ ବୋଲି ଲୋକନାଥ କହିଥିଲେ କ୍ଷ ଏହି ସେବା ପାଇ କିନ୍ନର ସମାଜ ମଧ୍ୟ ବେଶ୍ ଖୁସି କ୍ଷ କିନ୍ନର ସଂଘ ସଭାନେତ୍ରୀ ଏଲିନା ଦାସ ଏହି ନିଷ୍ପତି କୁ ସ୍ଵାଗତ କରିଛନ୍ତି କ୍ଷ ଆୟୋଜିତ କାର‌୍ୟ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ ଓ କିନ୍ନର ସମାଜର ସଦସ୍ୟ ମାନେ ଯୋଗ ଦେଇଥିଲେ କ୍ଷ

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande