
କୋଲକାତା,୧୯ ଫେବୃଆରୀ(ହି.ସ.) – ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ସମସ୍ତ ବିଷୟକୁ ରାଜନୀତିକ ରଙ୍ଗ ଦେବା ଚେଷ୍ଟା କରାଯାଏ। ଗୁରୁବାର ଦିନ ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ଜୟନ୍ତୀ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଆଦରପୂର୍ବକ ପ୍ରଣାମ କରିଛନ୍ତି। ଠିକ୍ ସେହିପରି ଯେପରି ପ୍ରତିବର୍ଷ କରାଯାଇ ଆସୁଛି। ମାତ୍ର ଏହିବର୍ଷ ତାଙ୍କ ନାମ ସହିତ ସମ୍ମାନପୂର୍ବକ ସ୍ୱାମୀ ଯୋଡ଼ିବା ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆପତି କରିଛନ୍ତି। ତାଙ୍କ କହିବା ଯେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଂସ୍କୃତିକ ଅସମ୍ବେଦନଶୀଳତା। ମମତା ବାନାର୍ଜୀଙ୍କ କହିବା ଯେ ଯୁଗାବତାର ଶ୍ରୀରାମକୃଷ୍ଣ ପରମହଂସ ଦେବଙ୍କ ଜନ୍ମତିଥି ପରି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଦ୍ୱାରା ତାଙ୍କ ନାମ ସହିତ ସ୍ୱାମୀ ଉପସର୍ଗ ଯୋଡ଼ିବା ଅନୁଚିତ।
ମୁଖ୍ୟମନ୍ତ୍ରୀ ନିଜ ପୋଷ୍ଟରେ ଲେଖିଛନ୍ତି ଯେ ଶ୍ରୀରାମକୃଷ୍ଣ ପରମହଂସଙ୍କୁ ବ୍ୟାପକ ରୂପେ ଠାକୁର ରୂପେ ପୂଜା ଏବଂ ସମ୍ମାନ ଦିଆଯାଏ, ଯାହାର ଶାବ୍ଦିକ ଅର୍ଥ ଈଶ୍ୱର ଅଟେ। ତାଙ୍କ ମହାପ୍ରୟାଣ ପରେ ତାଙ୍କ ସନ୍ନ୍ୟାସୀ ଶିଷ୍ୟମାନେ ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ସ୍ଥାପନା କରିଛନ୍ତି ଏବଂ ଭାରତୀୟ ପରମ୍ପରା ଅନୁଯାୟୀ ସେହି ଶିଷ୍ୟଙ୍କୁ ସ୍ୱାମୀ କୁହାଯାଇଛି। ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ରାମକୃଷ୍ଣ ପରମ୍ପରାର ପବିତ୍ର ତ୍ରୟୀ ଠାକୁର- ମା- ସ୍ୱାମୀଜୀ ରୂପେ ଜଣାଯାଏ। ଏଥିରେ ଠାକୁର ଶ୍ରୀରାମକୃଷ୍ଣ ପରମହଂସଦେବ, ମା ହେଉଛନ୍ତି ମା’ ଶାରଦା ଏବଂ ସ୍ୱାମୀଜୀ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ। ସେ କହିଛନ୍ତି ଯେ ସ୍ୱାମୀ ଉପସର୍ଗ ଗୁରୁ ପାଇଁ ନୁହେଁ, ପରନ୍ତୁ ରାମକୃଷ୍ଣ ସମ୍ପ୍ରଦାୟର ସନ୍ନ୍ୟାସୀ ଶିଷ୍ୟମାନଙ୍କ ପାଇଁ ପ୍ରଯୁକ୍ତ ହୋଇଥାଏ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି