ତାମିଲନାଡୁ ବିଧାନସଭା ନିର୍ବାଚନ ପ୍ରସ୍ତୁତିକୁ ନେଇ ଫେବୃୟାରୀ 26-27ରେ ରାଜ୍ୟ ଗସ୍ତ କରିବେ ମୁଖ୍ୟ ନିର୍ବାଚନ କମିଶନର
ଚେନ୍ନାଇ, 19 ଫେବ୍ରୁଆରି (ହି.ସ.)- ତାମିଲନାଡୁ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ତମିଳନାଡୁ ଗସ୍ତ ନିର୍ଦ୍ଧାରିତ ହୋଇଛି। ସେ 26 ଓ 27 ଫେବୃଆରୀରେ ରାଜ୍ୟ ଗସ୍ତ କରିବେ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର
ତାମିଲନାଡୁ ବିଧାନସଭା     ନିର୍ବାଚନ ପ୍ରସ୍ତୁତିକୁ ନେଇ ଫେବୃୟାରୀ 26-27ରେ ରାଜ୍ୟ ଗସ୍ତ କରିବେ ମୁଖ୍ୟ ନିର୍ବାଚନ     କମିଶନର


ଚେନ୍ନାଇ, 19 ଫେବ୍ରୁଆରି (ହି.ସ.)- ତାମିଲନାଡୁ ବିଧାନସଭା

ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ତମିଳନାଡୁ ଗସ୍ତ

ନିର୍ଦ୍ଧାରିତ ହୋଇଛି। ସେ 26 ଓ 27 ଫେବୃଆରୀରେ ରାଜ୍ୟ ଗସ୍ତ କରିବେ।

ମୁଖ୍ୟ ନିର୍ବାଚନ ଆୟୁକ୍ତ

ଜ୍ଞାନେଶ କୁମାର 26 ଫେବୃଆରୀ (ଗୁରୁବାର) ଓ 27 ଫେବୃଆରୀ (ଶୁକ୍ରବାର)ରେ ଚେନ୍ନାଇରେ ରହିବେ।

ତାଙ୍କ ଗସ୍ତ ସମୟରେ ସେ ରାଜ୍ୟର ମାନ୍ୟତାପ୍ରାପ୍ତ ରାଜନୈତିକ ଦଳମାନଙ୍କ ପ୍ରତିନିଧି, ଜିଲ୍ଲା ନିର୍ବାଚନ ଅଧିକାରୀ, ବରିଷ୍ଠ ପୁଲିସ ଅଧିକାରୀ ଓ ଅନ୍ୟାନ୍ୟ ପ୍ରଶାସନିକ କର୍ମଚାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ

ବୈଠକ କରିବେ।

ତାଙ୍କ ଗସ୍ତ ପରେ ତାମିଲନାଡୁ

ବିଧାନସଭା ନିର୍ବାଚନର ତାରିଖକୁ ଅନ୍ତିମ ରୂପ ଦିଆଯିବ। ଆଶା କରାଯାଉଛି ଯେ ମାର୍ଚ୍ଚ ମାସର

ମଧ୍ୟଭାଗରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରାଯିବ ଏବଂ ଏହାସହ ଆଚରଣ ବିଧି ଲାଗୁ ହେବ।

ତାମିଲନାଡୁ ସହିତ ପୁଡୁଚେରୀ,

କେରଳ, ଆସାମ, ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ

ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗର ଡେପୁଟି କମିଶନର ଦଳ ସମ୍ବନ୍ଧିତ ରାଜ୍ୟଗୁଡ଼ିକର ଗସ୍ତ

କରୁଛନ୍ତି ଏବଂ ସରକାରୀ ବିଭାଗର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande