
ଚେନ୍ନାଇ,୧୯ ଫେବୃଆରୀ(ହି.ସ.) – ଶ୍ରୀଲଙ୍କା ନୌସେନା ଦ୍ୱାରା ଗିରଫ କରାଯାଇଥିବା ତାମିଲନାଡ଼ୁର ୨୨ ମାଛୁଆଙ୍କ ଖଲାସ ପାଇଁ ପଦକ୍ଷେପ ଉଠାଇବା ଦାବି କରି ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ବିଦେଶ ମନ୍ତ୍ରୀ ଡା. ଏସ୍. ଜୟଶଙ୍କରଙ୍କୁ ପତ୍ର ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଦ୍ୱାରା ଲେଖାଯାଇଥିବା ଚିଠିରେ ବିଦେଶ ମନ୍ତ୍ରୀଙ୍କୁ ଆଗ୍ରହ କରାଯାଇଛି ଯେ ସେ ତତ୍କାଳ କୂଟନୀତିକ ପଦକ୍ଷେପ ଉଠାଇ ମାଛୁଆଙ୍କ ସ୍ୱଦେଶ ଫେରିବାକୁ ସୁନିଶ୍ଚିତ କରାନ୍ତୁ।
ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ନିଜ ଚିଠିରେ କହିଛନ୍ତି ଯେ ରାମନାଥପୁରମ ଜିଲ୍ଲାର ରାମେଶ୍ୱରମ ମାଛ ଧରିବା ଜେଟ୍ଟୀରେ ସମୁଦ୍ରକୁ ଯାଇଥିବା ତାମିଲନାର ୧୮ ମାଛୁଆ ଏବଂ ତାଙ୍କର ତିନି ମାଛଧରା ଡଙ୍ଗାକୁ ଶ୍ରୀଲଙ୍କା ନୌସେନା ଗିରଫ କରିନେଇଛନ୍ତି। ଏହିଦିନ ଏକ ଅନ୍ୟ ଘଟଣାରେ ରାମନାଥପୁରମ୍ ଜିଲ୍ଲାର ମଂଡପମ୍ ମାଛ ଧରିବାକୁ ବନ୍ଦରରୁ ସମୁଦ୍ରରେ ଯାଇଥିବା ଚାରି ମାଛୁଆଙ୍କୁ ମଧ୍ୟ ଶ୍ରୀଲଙ୍କା ନୌସେନା ହାଜତରେ ନେଇଥିଲେ। ମାଛୁଆ ଦଳଙ୍କ ଜୀବନ ଏବଂ ଆଜୀବିକା ପୁରାପୁରି ସମୁଦ୍ର ଉପରେ ନିର୍ଭର। ତେବେ ଶ୍ରୀଲଙ୍କା ଅଧିକାରୀମାନଙ୍କ ଦ୍ୱାରା ମାଛୁଆଙ୍କ ବାରମ୍ବାର ଗିରଫ ଦ୍ୱାରା ତାଙ୍କ ପରିବାରରେ ପ୍ରବଳ ଚିନ୍ତା ଏବଂ ଅସୁରକ୍ଷାର ଭାବନା ଉତ୍ପନ୍ନ ହୋଇଯାଇଛି। ବର୍ତମାନ ସ୍ଥିତି ଅନୁଯାୟୀ ୧୦୪ ମାଛୁଆ ଏବଂ ୨୫୮ ନୌକା ଶ୍ରୀଲଙ୍କା ହାଜତରେ ଅଛି। ଏହାବ୍ୟତୀତ, ଫେବୃଆରୀ ପ୍ରଥମ ସପ୍ତାହରେ ଜାଫନା ଅଦାଲତ ଦ୍ୱାରା ମୁକ୍ତ କରାଯାଇଥିବା ୧୨ ମାଛୁଆଙ୍କ ସ୍ୱଦେଶ ଫେରିବାରେ ଲଗାତାର ହେଉଥିବା ଡେରିରେ ତାଙ୍କ ପରିବାର ଅନିଶ୍ଚିତତା ଏବଂ ଆର୍ôଥକ ସଂକଟରେ ଫଶିରହିଛନ୍ତି। ଏଥିପାଇଁ ଶ୍ରୀଲଙ୍କାର ହାଜତରୁ ମୁକ୍ତ କରାଯାଇଥିବା ସମସ୍ତ ମାଛୁଆଙ୍କୁ ଶୀଘ୍ର ସ୍ୱଦେଶ ଫେରାଇ ଆଣିବା ସୁନିଶ୍ଚିତ କରିବା ତଥା ବର୍ତମାନ ଗିରଫ କରି ସେଠାରେ ଗିରପ କରି ସେଠାକାର ଜେଲ୍ରେ ରଖାଯାଇଥିବା ସମସ୍ତ ଭାରତୀୟ ମାଛୁଆଙ୍କ ମୁକ୍ତି ପାଇଁ ତତ୍କାଳ କୁଟନୀତିକ ପଦକ୍ଷେପ ଉଠାଇବାର ଆବଶ୍ୟକତା ଅଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି