
ଜୟପୁର, ୧୯ ଫେବ୍ରୁଆରି (ହି.ସ.) - ଗ୍ଲୋକାଲ ହସପିଟାଲ ବାଇପାସ ରାସ୍ତାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯୁବକଙ୍କ ପରିବାର ଲେକେ ଆଜି ଟାଉନଥାନା ଭିତରେ ଧସେଇ ପଶିବା ସହ ଉତେଜନା ସୃଷ୍ଟି କରିଛନ୍ତି। ଦୁର୍ଘଟଣା ଘଟିବାର ୨୪ ଘଂଟା ବିତିଯାଇଥିଲେ ହେଁ ଆଜିସୁଦ୍ଧା ଦୁର୍ଘଟଣା ଘଟାଇଥିବା ଗାଡିକୁ ଗିରଫ କରାଯାଇନଥିବା ଯୋଗୁଁ ଉତେଜନା ସୃଷ୍ଟି କରିଥିଲେ। ଘଟଣା ସ୍ଥଳକୁ ପୂର୍ବତନ କାଉନସିଲର ବାଲାରାୟ ଆସି ବୁଝାସୁଝା କରିବା ପରେ ଘଟଣା ଶାନ୍ତ ପଡିଥିଲା।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ପାତ୍ରପୁଟ୍ର ଘାସିରାମ ଗଲୋରୀ(୩୮) ଏବଂ ଭଟ୍ଟାଛିଂଚର କ୍ରିସ କୁମାର ନାଗ ଏକ ବାଇକ ଡିଏଲ୭ଏସବିସି-୧୦୧୪ ରେ ଯାଉଥିବା ସମୟରେ ଜଗନ୍ନାଥ ସାଗର ବାଇପାସ ରାସ୍ତାରେ ବିପରିତ ଦିଗରୁ ଆସୁଥିବା ଏକ ୪ଚକିଆ ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଘାଷିରାମଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ କ୍ରୀସକୁ ଗୁରୁତର ଅବସ୍ଥାରେ ଜୟପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଏନେଇ ଗତକାଲି ସନ୍ଧ୍ୟାରେ ଘାଷିରାମଙ୍କ ପରିବାର ଲୋକେ ଟାଉନଥାନାରେ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତିକରି ଟାଉନପୁଲି ସନ୍ଦେହରେ ଜଣେ ଗାଡି ଚାଳକକୁ ଆଣି ଅଟକ ରଖିଥିଲେ। ମୃତକଙ୍କ ପରିବାର ଲୋକ ଗାଡି ଚାଳକକୁ ଆଣି ୨୪ ଘଂଟା ଥାନାରେ ଅଟକ ରଖି ସମସ୍ୟାର ସମାଧାନ ନକରୁଥିବା ଯୋଗୁଁ ଥାନା ଭିତରେ ଧସେଇ ପଶି ପାଟି କରିଥିଲେ। ଥାନାଅଧିକାରୀ ଉଲ୍ଲାସ ରାଉତ ଗାଡିକୁ ଅଟକ ରଖାଯାଇଛି ଏବପ୍ସ ଗାଡି ମାଲିକ ଆସିବା ପରେ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ ଏବଂ ଦୁର୍ଘଟଣା ସ୍ଥଳର ସିସିଟିଭି ଫୁଟେଜ ଦେଖାଇବା ପରେ ଲୋକମାନେ ଶାନ୍ତ ପଡିଥିଲେ ଏବଂ ଗାଡି ମାଲିକଙ୍କୁ ଅପେକ୍ଷା କରି ଥାନା ନିକଟରେ ବସି ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି