ଗ୍ୟାସ ଟାଙ୍କି ଫାଟି ୨ ମହିଳା ଗୁରୁତର
Kendrapara, 19 ଫେବ୍ରୁଆରି (ହି.ସ.) କେନ୍ଦ୍ରାପଡା-୧୯/୦୨: କେନ୍ଦ୍ରାପଡ଼ା ସହର ଉପକଣ୍ଠରେ ମହିପାଳ ଠାରେ ରୋଷେଇ ଗ୍ୟାସ ଫାଟି ୨ ମହିଳା ଗୁରୁତର କ୍ଷ ଆହତ ଦୁଇଜଣ ହେଲେ ଜମାଲା ଫିରଦୋସ ଓ ଆଫସାନା ବିବି କ୍ଷ ସେକ ଗଫୁରଙ୍କ ଦୁଇ ବୋହୁ ଜମାଲା ଓ ଆଫସାନା ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ୍ ଟାଙ୍କି
ଗ୍ୟାସ ଟାଙ୍କି ଫାଟି ୨ ମହିଳା ଗୁରୁତର


Kendrapara, 19 ଫେବ୍ରୁଆରି (ହି.ସ.)

କେନ୍ଦ୍ରାପଡା-୧୯/୦୨: କେନ୍ଦ୍ରାପଡ଼ା ସହର ଉପକଣ୍ଠରେ ମହିପାଳ ଠାରେ ରୋଷେଇ ଗ୍ୟାସ ଫାଟି ୨ ମହିଳା ଗୁରୁତର କ୍ଷ ଆହତ ଦୁଇଜଣ ହେଲେ ଜମାଲା ଫିରଦୋସ ଓ ଆଫସାନା ବିବି କ୍ଷ ସେକ ଗଫୁରଙ୍କ ଦୁଇ ବୋହୁ ଜମାଲା ଓ ଆଫସାନା ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା କ୍ଷ ଏଥିରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି କ୍ଷ ଆହତ ମାନଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି କ୍ଷ ଟାଙ୍କି ଫାଟିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଗତକାଲି ସେହି ନୂଆ ଗ୍ୟାସ୍ ଚୁଲା ଟି କିଣାଯାଇଥିବା ଜଣାପଡିଛି କ୍ଷ ଜମାଲାଙ୍କ ଅବସ୍ଥା ସଂକଟାପନ୍ନ ଥିବା ପରିବାର ପକ୍ଷରୁ କୁହାଯାଇଛି କ୍ଷଘଟଣା ସ୍ଥଳରେ କେନ୍ଦ୍ରାପଡା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande