ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ ଯୁଗ ଯାତ୍ରୀ ର ଏ ଅଭିନବ ପ୍ରୟାସ
ବଲାଙ୍ଗିର, 19 ଫେବ୍ରୁଆରି (ହି.ସ.) ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ ନିଜ ଉଦ୍ୟମ ରେ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ ର ଚତୁର୍ଥ ଦିବସରେ ବଲାଙ୍ଗୀର ଜିଲ୍ଲାରେ ଅନୁଷ୍ଠିତ ହୋଇଛି । ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ର
ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ  ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ  ଯୁଗ ଯାତ୍ରୀ ର ଏ ଅଭିନବ ପ୍ରୟାସ


ବଲାଙ୍ଗିର, 19 ଫେବ୍ରୁଆରି (ହି.ସ.)

ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ ନିଜ ଉଦ୍ୟମ ରେ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ ର ଚତୁର୍ଥ ଦିବସରେ ବଲାଙ୍ଗୀର ଜିଲ୍ଲାରେ ଅନୁଷ୍ଠିତ ହୋଇଛି । ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ର ସଭାପତି ସନାତନ ଠାକୁର ଓ ସମ୍ପାଦକ କବି ଭାଗିରଥୀ ମିଶ୍ର ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ପରେ ଏକକ ଅଭିଯାତ୍ରୀ ହେମନ୍ତ ସାହୁ ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ସଭାପତି ଶ୍ରୀ ଠାକୁର ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ଯୁଗଯାତ୍ରୀ ସାହିତ୍ୟ ସଂସଦ ତିରିଶ ଜିଲ୍ଲା ର ସାହିତ୍ୟ ଅନୁଷ୍ଠାନ କୁ ସମ୍ପର୍କ ଅଭିଯାନ କରୁ ଥିବା କହିଥିଲେ । ବଲାଙ୍ଗୀର ତହଁ କ କୁଟୁମ୍ ର ମୁଖ୍ୟ ସମ୍ପାଦକ।ରାଜେଶ କୁମାର ଦଣ୍ଡସେନା ଉଲ୍ଲେଖ କରିଥିଲେ ଯେ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଓ ସାହିତ୍ୟକଙ୍କ ମଧ୍ୟରେ ଏହା ଏକ ନିବିଡ଼ ସମ୍ପର୍କ ତିଆରି କରିବା ରେ ସଫଳ ପ୍ରୟାସ । ପ୍ରମେୟ କେ ବି କେ ସଂସ୍କାର ର ଡି ଜି ଏମ କବି ଅଖିଳ ଚନ୍ଦ୍ର ହୋତା ଯୁଗ ଯାତ୍ରୀ ର ଏ ପ୍ରଚେଷ୍ଟା ଅନ୍ୟ ସାହିତ୍ୟ ଅନୁଷ୍ଠାନ ମାନଙ୍କ ପାଇଁ ତଥା ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ମତ ଦେଇଥିଲେ । ପରେ ଏହି ରଚନା ଓ ତହଁ କ କୁଟୁମ୍ ଅନୁଷ୍ଠାନ ର ସମସ୍ତ ତଥ୍ୟ ଲିଖିତ ଆକାର ରେ ଶ୍ରୀ ସାହୁ ଙ୍କୁ ସଭାପତି ଓ ସଂପାଦକ ପ୍ରଦାନ କରିଥିଲେ।। ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କୌତୁକ ପନ୍ଦର ଓଡ଼ିଶା ର ସାହିତ୍ୟ ସଂସଦ ଗୁଡ଼ିକ ଶ୍ରୀ ସାହୁ ଙ୍କ ଏହି ଅଭିଯାନ ରେ ସହଯୋଗ କରିବା ନେଇ ମତ ରଖିଥିଲେ। କବି , ତଥା ଯୁବ ଗାଳ୍ପିକ ଜଗନ୍ନାଥ ସାହୁ ଏହି ଅଭିଯାନ ଆଗକୁ କିଭଳି ଆହୁରି ସୁନ୍ଦର ଏବଂ ସଂଗଠିତ ହୋଇ ପାରିବ ସେ ଦିଗରେ ନିଜର ଆଲୋଚନା ରଖିଥିଲେ।

ଚାଷୀନେତା ଶ୍ରୀଯୁକ୍ତ ଅରୁଣ ମିଶ୍ର ଏ ମହତ କାର୍ଯକ୍ରମରେ ପରୋକ୍ଷରେ ସାମିଲ ହେବା ମଧ୍ୟ ଭାଗ୍ୟବାନ ବୋଲି ମତବ୍ୟକ୍ତ କଲେ । ନବନୀତାର ସମ୍ପାଦକ ଶ୍ରୀ ରାଜେଶ କୁମାର ଝାଙ୍କର ଏହି ଐତିହାସିକ କାର୍ଯ୍ୟକ୍ରମକୁ ସାହିତ୍ୟିକଗଣ ବିପୁଳ ଭାବରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଶିକ୍ଷାବିତ୍ ଶ୍ରୀଯୁକ୍ତ ସନାତନ ଠାକୁର ଓଡ଼ିଆ ସାହିତ୍ୟରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅଭିହିତ କରିଥିଲେ ।

କବି ମିଳନ ପଣ୍ଡା ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅଭିଯାନ ରେ ଓଡ଼ିଶା ର ତିରିଶ ଗୋଟି ଜିଲ୍ଲା ରେ ଥିବା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାରସ୍ଵତ ସମ୍ପର୍କ ର ଏକ ସୂତ୍ର ରେ ବାନ୍ଧିବା ର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକ ର ତଥ୍ୟ ସଂଗ୍ରହ ପୂର୍ବକ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ ଶୀର୍ଷକ ରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା କହିଥିଲେ ଏକକ ଅଭିଯାତ୍ରୀ ଯୁଗ ଯାତ୍ରୀ ର ସମ୍ପାଦକ ହେମନ୍ତ ସାହୁ । ଏହି ଅଭିଯାନ ମ,ରାମପୁର ରୁ ବାହାରି କନ୍ଧମାଳ ଜିଲ୍ଲା ରୁ ଆରମ୍ଭ ହୋଇ ବୌଦ୍ଧ , ସୁବର୍ଣ୍ଣପୁର ଜିଲ୍ଲା , ଦେଇ ଆଜି ବଲାଙ୍ଗିର ଜିଲ୍ଲା ପରିଭ୍ରମଣ ପୂର୍ବକ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲା ଯିବା ପରେ କଳାହାଣ୍ଡି ରେ ମାର୍ଚ୍ଚ ମାସ ୧୮ ତାରିଖ ରେ ଶେଷ ହେବାର ଯୋଜନା ରହିଛି । ଏହି ଅଭିଯାନ ଟି ସମ୍ପାଦକ ନିଜ ଉଦ୍ୟମ ରେ କରିଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande