ନଅଟି ବ୍ଲକରେ ନିୟମିତ ହ୍ରାସ ପାଉଛି ଭୂତଳ ଜଳ ସ୍ତର
ଭୁବନେଶ୍ୱର, ୧୯ ଫେବୃଆରୀ (ହି.ସ.) - ରାଜ୍ୟର ନଅଟି ବ୍ଲକରେ ନିୟମିତ ଭାବେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏହିସବୁ ବ୍ଲକ ମଧ୍ୟରେ ଭୁବନେଶ୍ୱର ଓ ଖୋରଧା ରହିଥିବା ଜଣାଯାଇଛି । ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତର
ନଅଟି ବ୍ଲକରେ ନିୟମିତ ହ୍ରାସ ପାଉଛି ଭୂତଳ ଜଳ ସ୍ତର


ଭୁବନେଶ୍ୱର, ୧୯ ଫେବୃଆରୀ (ହି.ସ.) - ରାଜ୍ୟର ନଅଟି ବ୍ଲକରେ ନିୟମିତ ଭାବେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏହିସବୁ ବ୍ଲକ ମଧ୍ୟରେ ଭୁବନେଶ୍ୱର ଓ ଖୋରଧା ରହିଥିବା ଜଣାଯାଇଛି ।

ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ନିୟମିତ ଭାବେ ଭୂତଳ ଜଳ ସ୍ତର ହ୍ରାସ ପାଉଥିବା ୯ଟି ବ୍ଲକ ହେଉଛି ତାଳଚେର, ବାଲିଆପାଳ, କୋରେଇ, ଝାରସୁଗୁଡା, ଭୁବନେଶ୍ୱର, ବୋଲଗଡ, ଖୋରଧା, ନୟାଗଡ ଓ ନୂଆପଡା । ଏହିସବୁ ଜିଲ୍ଲାଗୁଡିକରେ ଭୂତଳ ଜଳସ୍ତର ହ୍ରାସ ମଧ୍ୟମ ଧରଣର ବିପଦରେ ଥିବା କୁହାଯାଇଛି ।

ଉତ୍ତରରେ ଆହୁରି ଦର୍ଶାଯାଇଛି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି କରିବାପାଇଁ ୨୦୨୨-୨୩ ରୁ ୨୦୨୬-୨୭ ପର୍ଯ୍ୟନ୍ତ ଛତା ଓ ଅରୁଆ ନାମରେ ଦୁଇ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାଛଡା ରାଜ୍ୟ ସରକାର ଭୂତଳ ଜଳସ୍ତରକୁ ବୃଦ୍ଧି କରିବା ଓ ଏହାକୁ ରିଚାର୍ଜ କରିବାପାଇଁ ବିଭିନ୍ନ ବନ୍ଧ, ବ୍ୟାରେଜ ଓ ନଦୀ ମଧ୍ୟରେ ଜଳଧାରଣ ଭିତ୍ତିଭୂମି ଆଦି ଯୋଜନା କାର୍ଯ୍ୟକାରୀ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande