
ପୁରୀ, ୧୯ ଫେବ୍ରୁଆରି (ହି.ସ.) - ଆଜି ଅପରାହ୍ନ ରେ ସାତଲହଡି ମଠ ଅତିବଡି ଜଗନ୍ନାଥ ଦାସଙ୍କ ପବିତ୍ର ପୀଠରେ ପଂଚସଖା ପରିକ୍ରମା ଯାତ୍ରୀ ଦଳ ପହଂଚିଥିଲେ। ପୂଜ୍ୟ ପରମହଂସ ପ୍ରଜ୍ଞାନନ୍ଦ ମହାରାଜ ଓ ପଂଚସଖା ପୀଠ ପରିକ୍ରମା ର ଯାତ୍ରୀଗଣ ଏହି ଯାତ୍ରାରେ ସାମିଲ ହୋଇଥିଲେ। ପ୍ରଜ୍ଞାନନ୍ଦ ମହାରାଜ ଙ୍କ ସମେତ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ସାତଲହଡି ମଠରେ ପହଂଚି ଅତିବଡ଼ି ଙ୍କ ସାଧନା ପୀଠ ଓ ସମାଧି ପୀଠରେ ପୂଜାର୍ଚ୍ଚନା, ଦର୍ଶନ, ପରିକ୍ରମଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ମାନେ ପରିକ୍ରମା ଯାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ। ପରିକ୍ରମା ଯାତ୍ରା ର ସଂଯୋଜକ ପ୍ରିୟବ୍ରତ କର ଙ୍କ ସହ ଏହି ପରିକ୍ରମଣ ରେ ରାଜ୍ୟ,ଦେଶ ଓ ବିଦେଶରୁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ