
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ଛତ୍ରପତି
ଶିବାଜୀ ମହାରାଜଙ୍କୁ ତାଙ୍କ ଜୟନ୍ତୀରେ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
। ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅଦମ୍ୟ ସାହସ, ରାଷ୍ଟ୍ରଗୌରବ ଓ ସ୍ୱରାଜର ଅମର ସଙ୍କଳ୍ପର ପ୍ରତୀକ ଛତ୍ରପତି ଶିବାଜୀ
ମହାରାଜଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି।
କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ଶିବାଜୀ ମହାରାଜ ବିପରୀତ ପରିସ୍ଥିତିରେ ମଧ୍ୟ ଆତ୍ମସମ୍ମାନ ଓ ସ୍ୱାଧୀନତାର
ମୂଲ୍ୟବୋଧକୁ ସର୍ବୋପରି ରଖି ସ୍ୱରାଜର ଭିତି ରଖିଥିଲେ। ପ୍ରଶାସନରେ ନ୍ୟାୟ, ପ୍ରଜାପ୍ରତି ସମ୍ବେଦନଶୀଳତା ଓ ଧର୍ମ-ସଂସ୍କୃତି ପ୍ରତି ସମ୍ମାନ
ତାଙ୍କୁ ଜଣେ ଦୂରଦର୍ଶୀ ଶାସକ ଭାବେ ପ୍ରତିଷ୍ଠିତ କରିଥିଲା।
ଛତ୍ରପତି ଶିବାଜୀ
ମହାରାଜଙ୍କ ଅମର ଗାଥାଗୁଡ଼ିକ ଅନନ୍ତକାଳ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ରାଷ୍ଟ୍ରସେବା ପାଇଁ
ପ୍ରେରିତ କରୁଥିବ। ଜୟ ଭବାନୀ! ଜୟ ଶିବାଜୀ!
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା