
ଭୁବନେଶ୍ୱର, 19 ଫେବୃଆରୀ (ହି.ସ.)
ବଜେଟ ପୂର୍ବରୁ ଅର୍ଥନୈତିକ
ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଯାଇଛି । ରିପୋର୍ଟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ
କରିବା ଲାଗି ରାଜ୍ୟ ପକ୍ଷରୁ ମହତ୍ୱପୂର୍ଣ୍ଣ ନିବେଶ କରାଯାଇଛି। ଜନସ୍ୱାସ୍ଥ୍ୟ ବ୍ୟୟରେ କ୍ରମାଗତ
ବୃଦ୍ଧି ଘଟିଛି, ଯାହା ୨୦୧୯-୨୦ରେ ୬.୨ ହଜାର କୋଟି ଟଙ୍କା ଥିବା ବେଳେ
୨୦୨୪-୨୫ (ସଂଶୋଧିତ ଆକଳନ)ରେ ଏହା ୧୯.୭ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟ ୮,୫୦୦ରୁ ଅଧିକ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସହିତ ସ୍ୱାସ୍ଥ୍ୟସେବା
ସୁବିଧାକୁ ବିସ୍ତାର କରିଛି ଏବଂ ଜିଲ୍ଲା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଉପରେ
ଧ୍ୟାନ ଦିଆଯାଉଥିବାଆମ ଡିଜିଟାଲ୍ ସ୍କିମ୍ ଭଳି ଫ୍ଲାଗସିପ୍ କାର୍ଯକ୍ରମ କାର୍ଯ୍ୟକାରୀ କରିଛି
।ଅଧିକନ୍ତୁ , ସମନ୍ୱିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା
(ଏବିପିଏମଜେଏୱାଇ) ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ), ରାଜ୍ୟ ପ୍ରାୟୋଜିତ ସ୍ୱାସ୍ଥ୍ୟ ବୀମା ଯୋଜନା, ଆର୍ଥିକ ଅନଗ୍ରସର ଲୋକଙ୍କୁ ନଗଦ ବିହୀନ ଡାକ୍ତରଖାନା ଚିକିତ୍ସା ପ୍ରଦାନ
କରି ଆର୍ଥିକ ସୁରକ୍ଷା ବୃଦ୍ଧି କରିଥାଏ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା