
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ବଜେଟ
ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଯାଇଛି । ଅର୍ଥବ୍ୟବସ୍ଥାର ଆକାର ଏବଂ ଆର୍ଥିକ
ଅଭିବୃଦ୍ଧି ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ୨୦୨୪-୨୫ର ୯ ଲକ୍ଷ କୋଟି
ଟଙ୍କାଠାରୁ ୯.୫% ବୃଦ୍ଧି ପାଇଛି । ୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ
ରହିବା ନେଇ ଆକଳନ କରାଯାଇଛି, ଯାହା ୨୦୨୪-୨୫ର ୭.୨ ପ୍ରତିଶତ ବୃଦ୍ଧି ହାରଠାରୁ ଅଧିକ। ଏହା ମଧ୍ୟ ସର୍ବଭାରତୀୟ ସ୍ତରର
ହାରାହାରି ଅଭିବୃଦ୍ଧି ହାର ୭. ୪ ପ୍ରତିଶତ ଠାରୁ ଅଧିକ । ୨୦୨୫-୨୬ରେ ବାସ୍ତବ ଆର୍ଥିକ
ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି, ଯାହା ୨୦୨୪-୨୫ର ୭.୨ ପ୍ରତିଶତ ବୃଦ୍ଧି ହାରଠାରୁ ଅଧିକ। ଏହା ମଧ୍ୟ
ସର୍ବଭାରତୀୟ ସ୍ତରର ହାରାହାରି ଅଭିବୃଦ୍ଧି ହାର ୭. ୪ ପ୍ରତିଶତ ଠାରୁ ଅଧିକ ।
ମୁଣ୍ଡପିଛା ଆୟ ୨୦୨୫-୨୬ରେ
ସମସ୍ତ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ହାର ଦେଖାଯାଇଛି ଏବଂ ରାଜ୍ୟରେ ସରକାରୀ ଓ ବେସରକାରୀ
ପୁଞ୍ଜିନିବେଶ ବୃଦ୍ଧି ପାଇବାରୁ ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟ ଦ୍ରୁତ ଆର୍ଥିକ ବୃଦ୍ଧି ପାଇଁ
ପ୍ରସ୍ତୁତ ଅଛି। ୨୦୨୫-୨୬ (ଅଗ୍ରୀମ ଆକଳନ) ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି
ପାଇ ୧,୮୬,୭୬୧ ଟଙ୍କାରେ ପହଞ୍ଚିଥିବା ବେଳେ ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟ ୬.୯ ପ୍ରତିଶତ
ବୃଦ୍ଧି ପାଇଛି। ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ଜାତୀୟ ସ୍ତର ସହିତ ଥିବା
ମୁଣ୍ଡପିଛା ଆୟର ତାରତମ୍ୟକୁ ଦ୍ରୁତ ଗତିରେ ହ୍ରାସ କରି ପାରିଛି ।
ଶ୍ରମ ଶକ୍ତିର ଭାଗିଦାରୀ ରାଜ୍ୟରେ
ଶ୍ରମ ଶକ୍ତି ଭାଗିଦାରୀ ହାର (ଏଲଏଫପିଆର) ଏବଂ ମହିଳା ଏଲଏଫପିଆର ବୃଦ୍ଧି ପାଇଛି । ଓଡ଼ିଶାରେ
ସାମଗ୍ରିକ ଏଲଏଫପିଆର (୧୫+ ବୟସ ପାଇଁ) ୨୦୨୨ରେ ୫୮.୧ ପ୍ରତିଶତରୁ ୨୦୨୪ରେ ୬୪.୫ ପ୍ରତିଶତକୁ
ବୃଦ୍ଧି ପାଇଛି, ଯେତେବେଳେ
କି ୨୦୨୪ରେ ସର୍ବଭାରତୀୟ ସ୍ତରରେ ଏହା ହାରାହାରି ୫୯.୬ ପ୍ରତିଶତ ଥିଲା। ଓଡ଼ିଶାରେ ମହିଳା ଶ୍ରମ
ଶକ୍ତି ଅଂଶଗ୍ରହଣ ହାର (୧୫+ ବର୍ଷ ବୟସ ପାଇଁ) ୨୦୨୨ରେ ୩୭.୬ ପ୍ରତିଶତର ୨୦୨୪ରେ ୪୮.୭
ପ୍ରତିଶତକ ବୃଦ୍ଧି ପାଇଛି । 2024ରେ ସର୍ବଭାରତୀୟ ସ୍ତରରେ ମହିଳା ଭାଗିଦାରୀ ହାରାହାରି 40.3
ପ୍ରତିଶତ ଥିଲା ।
କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର
ଅବଦାନ ୨୦୨୫-୨୬ରେ ରାଜ୍ୟ ଅର୍ଥବ୍ୟବସ୍ଥାରେ ୧୯.୬ ପ୍ରତିଶତ ଆକଳନ କରାଯାଇଛି, ଯାହା ସର୍ବଭାରତୀୟ ସ୍ତରରେ
ଥିବା ୧୬.୮ ପ୍ରତିଶତ ଠାରୁ ଅଧିକ ।
କୃଷି ଏବଂ ଆନୁଷଙ୍ଗିକ ଯେତ୍ର
୨୦୨୫-୨୬ରେ ୫.୩ ପ୍ରତିଶତର ଦୃଢ଼ ଅଭିବୃଦ୍ଧି ହାର ପଞ୍ଜିକୃତ କରିଛିଯାହା ସର୍ବଭାରତୀୟ ସ୍ତରରେ ୩.୧ ପ୍ରତିଶତ ଥିଲା । ଓଡିଶାରେ କୃଷି କ୍ଷେତ୍ରର ହାରାହାରି ଅଭିବୃଦ୍ଧି ହାର
ଜାତୀୟ ସ୍ତର ତୁଳନାରେ ଅଧିକ ଅଭିବୃଦ୍ଧି ହାସଲ୍ କରୁଛି ।
ଖାଦ୍ୟଶସ୍ୟ ଓ ଉତ୍ପାଦନ
ଓଡିଶାରେ ଖାଦ୍ୟଶସ୍ୟ
ଉତ୍ପାଦ୍ରନ ୨୦୨୩-୨୪ରେ ୧୪୩.୦୪ ଲକ୍ଷ ମେଟ୍ରିକ୍ ଟନ୍ ଥିବା ବେଳେ ୨୦୨୪-୨୫ରେ ଏହା ସର୍ବାଧିକ
୧୫୦.୫ ଲକ୍ଷ ମେଟ୍ରିକ୍ ଟନ୍ ରେକର୍ଡ କରିଛି।୨୦୨୪-୨୫ରେ
ଚାଉଳ ଉତ୍ପାଦନ ୧୧୮.୬ ଲକ୍ଷ ମେଟ୍ରିକ୍ ଟନ୍ ଥିଲା, ଯାହା ୨୦୨୩-୨୪ ଠାରୁ
୨.୮ ପ୍ରତିଶତ ବୃଦ୍ଧି ପାଇଛି । ଚାଉଳ ଉତ୍ପାଦନ ବୃଦ୍ଧିକୁ ସମୃଦ୍ଧ କୃଷକ ଯୋଜନା, ସିଏମ୍-କିଷାନ, ଅଧିକ ଏମଏସପି ଏବଂ ଇନପୁଟ୍ ସବସିଡି ଭଳି ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା
ସହଯୋଗ କରାଯାଇଥିଲା । କପା, ମକା, ପନିପରିବା, ମସଲା
ଇତ୍ୟାଦି ଅର୍ଥକାରୀ ଫସଲ୍ ଚାଷ ସହିତ ଓଡିଶାରେ ଫସଲ୍ ବିବିଧକରଣ ବୃଦ୍ଧି ପାଉଛିଯାହା କୃଷକଙ୍କ ନିଶ୍ଚିତ ଆୟ ବୃଦ୍ଧି କରିବ ।
ଖାଦ୍ୟଶସ୍ୟ ସଂଗ୍ରହ
ଧାନ ଏବଂ ମାଣ୍ଡିଆ
କ୍ରୟଯଥେଷ୍ଟ ବୃଦ୍ଧି ପାଇଛିଯାହା ରାଜ୍ୟର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଲାଭାନିତ୍ୱ
କରିଛି ।୨୦୨୪-୨୫ରେ
ପ୍ରାୟ ୨୦ ଲକ୍ଷଚାଷୀଙ୍କ ଠାରୁ ୯୨.୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଥିଲା ଏବଂ ଚାଷୀଙ୍କୁ
ଏମ୍.ଏସ୍.ପି ବାବଦରେ ୨୧,୩୦୦ କୋଟି ଟଙ୍କା ଏବଂ ଇନପୁଟ୍ ସବସିଡି ବାବଦରେ ୭୧୪୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା
। ରାଜ୍ୟର ମୋଟ ଧାନ ଉତ୍ପାଦନର ପ୍ରାୟ ୭୮ ପ୍ରତିଶତ ସରକାରୀ କ୍ରୟ ହୋଇଛି, ଯାହା ୨୦୨୩-୨୪ରେ ମାତ୍ର ୬୧ ପ୍ରତିଶତ ଥିଲା ।ସରକାର
କ୍ୱିଣ୍ଟାଲ୍ ପିଛା ୪,୨୯୦ ଟଙ୍କାର ଏମଏସପି ଦରରେ ମାଣ୍ଡିଆ କିଣୁଛନ୍ତି । (ଅତିରିକ୍ତ ପ୍ରୋତ୍ସାହନ ସହିତ କ୍ୱିଣ୍ଟାଲ୍ ପିଛା
୨୧୦ ଟଙ୍କା)। ୨୦୨୪-୨୫ରେ ୮.୮ ଲକ୍ଷ କ୍ୱିଣ୍ଟାଲ୍ ମାଣ୍ଡିଆ କ୍ରୟ କରାଯାଇଥିଲା, ଯାହା ୨୦୨୩-୨୪ ତୁଳନାରେ
ଦ୍ରୁଇଗୁଣରୁ ଅଧିକ ।
ଜଳସେଚନ ଓ ଫସଲରେ ତୀବ୍ରତା
ଜଳସେଚନ ଭିତ୍ତିଭୂମିରେ
ଓଡିଶା ଉଲ୍ଲେଖନୀୟ ପୁଞ୍ଜି ବିନିଯୋଗ କରିଛି। ରାଜ୍ୟର ଜଳସେଚନ କ୍ଷମତା ବର୍ତ୍ତମାନ ୭୪.୨ ଲକ୍ଷ
ହେକ୍ଟର ଜମିରେ ପହଞ୍ଚିଛି, ଯାହା ଉଭୟ ଖରିଫ ଏବଂ ରବି ଋତୁକୁ ଅନ୍ତୁର୍ଭୁକ୍ତ
କରେ ।ଜଳସେଚନ
ସୁବିଧାର ସମ୍ପ୍ରସାରଣ ଏବଂ ଧାନ ଚାଷ ପରିଚାଳନା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା କାରଣରୁ
ରାଜ୍ୟରେ ଫସଲ ତୀବ୍ରତା ବୃଦ୍ଧି ପାଇ ୨୦୨୦ -୨୧ରେ ୧୫୮ ପ୍ରତିଶତ ଥିବା ବେଳେ ୨୦୨୪-୨୫ରେ ଏହା ୧୬୫
ପ୍ରତିଶତରେ ପହଞ୍ଚିଛି ।
ଦୁଗ୍ଦ ଉତ୍ପାଦନ
ରାଜ୍ୟରେ ଦୁଗ୍ଧ ଉତ୍ପାଦନ
ଗତ ବର୍ଷ ତୁଳନାରେ ୨୦୨୪-୨୫ରେ ପ୍ରାୟ ୩% ବୃଦ୍ଧି ପାଇ ୨୭.୧ ଲକ୍ଷ ମେଟ୍ରିକ ଟନରେ ପେଞ୍ଚିଛି ।
ରାଜ୍ୟରେ ଦ୍ରୁଗ୍ଧ ଉତ୍ପାଦନ ବୃଦ୍ଧି ପାଇସରକାର
‘‘ଗୋମାତା’’ (ଗୋଲ୍ ଫର ମ୍ୟାନେଜମେଂଟ ଆଣ୍ଡ ଟ୍ରିଟମେଂଟ ଫର୍ ଆନିମଲ୍ସ) ଏବଂ ମୁଖ୍ୟମନ୍ତ୍ରୀ
କାମଧେନୁ ଯୋଜନା (ଏମକେୱାଇ) ଭଳି ଅନେକ ଯୋଜନା ଆରମ୍ଭ କରିଛନ୍ତି ।
କୁକୁଡା ପାଳନ
୨୦୨୦-୨୧ ପରଠାରୁ ଓଡିଶାରେ
ଅଣ୍ଡା ଉତ୍ପାଦନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟର ରାଜ୍ୟର
ଅଣ୍ଡା ଉତ୍ପାଦନ ୨୪ କୋଟି ଅଣ୍ଡାରୁ ୪୦୬ କୋଟି ଅଣ୍ଡାକୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ
ଜାତୀୟ ସ୍ତରରେ ପଞ୍ଜୀକୃତ ହୋଇଥିବା ଅଭିବୃଦ୍ଧି ହାରର ଏହା ଦୁଇଗୁଣରୁ ଅଧିକ |
ମତ୍ସ୍ୟ ଉତ୍ପାଦନ ଏବଂ
ସାମୁଦ୍ରିକ ରପ୍ତାନୀ
ଓଡିଶା ହେଉଛି ଦେଶର ୪ର୍ଥ ବୃହତ୍ତମ
ଉତ୍ପାଦନକାରୀ ରାଜ୍ୟ ୨୦୨୪-୨୫ରେ ମାଛ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ୬.୧ ପ୍ରତିଶତ ବୃଦ୍ଧି
ପାଇ ୧୧.୯୨ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି ।ଓଡିଶା
ହେଉଛି ଦେଶର ତୃତୀୟ ବୃହତମ ସାମୁଦ୍ରିକ ମତ୍ସ୍ୟ ରପ୍ତାନିକାରୀ ରାଜ୍ୟ। ସାମୁଦ୍ରିକ ଚିଙ୍ଗୁଡି
ରପ୍ତାନି ୨୦୧୯-୨୦ରେ ୩,୨୪୩.୯ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪-୨୫ରେ ୪,୭୦୮.୧ କୋଟି ଟଙ୍କାରେ ପହଞ୍ଚିଛି । ଏଥିରେ ୭.୭ ପ୍ରତିଶତ ସିଏଜିଆର ରେକର୍ଡ
କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା