
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ବିଧାନସଭା
ଅଚଳ ନେଇ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି
ଯେ, ଚାଷୀଙ୍କୁ ନକଲି ନୌଟଙ୍କି ଭଳି ଭାଷା ପ୍ରୟୋଗ କରୁଛନ୍ତି । ଚାଷୀଙ୍କ କଥା ନ ଶୁଣିବା ସରକାରଙ୍କ
ଅଭ୍ୟାସ ହୋଇ ଗଲାଣି । 300 ୟୁନିଟ ମାଗଣା
ବିଜୁଳି କଥା ସରକାର କହିଥିଲେ । ହେଲେ ତାହା ବି ଲୋକଙ୍କୁ ମିଳିନି ଏହାକୁ ବିରୋଧ କରି ଆମେ ଗୃହରେ
ବାରମ୍ବାର ଏ ପ୍ରସଙ୍ଗ ଉଠାଉଛୁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା