ସାକ୍ଷୀଗୋପାଳରେ ଖାଦ୍ଯ ନୀରିକ୍ଷକଙ୍କ ଚଢ଼ଉ, ୨୬ ହଜାର ୫ ଶହ ଟଙ୍କା ଜୋରିମାନା ଆଦାୟ
ପୁରୀ, ୧୯ ଫେବୃଆରୀ (ହି.ସ.)- ପୁରୀ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଖାଦ୍ଯ ସୁରକ୍ଷା ଅଧିକାରିଣୀ ରାଜେଶ୍ବରୀ ପତି ଓ ତାଙ୍କ ଟିମ୍ ସାକ୍ଷୀଗୋପାଳର ବିଭିନ୍ନ ମିଠା ଦୋକାନ ଓ ହୋଟେଲର ଖାଦ୍ଯ ଯାଞ୍ଚ କରି ଜୋରିମାନା ଆଦାୟ କରିଛନ୍ତି । ୩୦ କେଜି ଦୂଷିତ ଖାଦ୍ଯକୁ ନଷ୍ଟ କରାଯାଇ ୨୬ ହଜାର ୫ଶହ ଟଙ୍କା ଜୋରି
ସାକ୍ଷୀଗୋପାଳରେ ଖାଦ୍ଯ ନୀରିକ୍ଷକ ଚଢ଼ାଉ ୨୬ ହଜାର ୫ ଶହ ଟଙ୍କା ଜୋରିମାନା ଆଦାୟ


ପୁରୀ, ୧୯ ଫେବୃଆରୀ (ହି.ସ.)- ପୁରୀ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଖାଦ୍ଯ ସୁରକ୍ଷା ଅଧିକାରିଣୀ ରାଜେଶ୍ବରୀ ପତି ଓ ତାଙ୍କ ଟିମ୍ ସାକ୍ଷୀଗୋପାଳର ବିଭିନ୍ନ ମିଠା ଦୋକାନ ଓ ହୋଟେଲର ଖାଦ୍ଯ ଯାଞ୍ଚ କରି ଜୋରିମାନା ଆଦାୟ କରିଛନ୍ତି । ୩୦ କେଜି ଦୂଷିତ ଖାଦ୍ଯକୁ ନଷ୍ଟ କରାଯାଇ ୨୬ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ବିଭିନ୍ନ ରନ୍ଧାଖାଦ୍ୟ ପ୍ରସ୍ତୁତ କରୁଥିବା ହୋଟେଲ ଓ ଜଳଖିଆ ଦୋକାନର ଫୁଡ ସେଫଟି ସାର୍ଟିଫିକେଟ ଓ କେଉଁ ପିଣି ବ୍ଯବହାର କରୁଛନ୍ତି ତା'ର ମାନ ପରୀକ୍ଷା, ଖାଦ୍ଯ ଠିକ ଭାବେ ଗୁଣବତ୍ତା ରହିଛି କି ନାହଁ, ହୋଟେଲର ପରିଷ୍କାର ପରିଚ୍ଛନ୍ନତା, ରୋଷେଇ ଶାଳର ପରିଚ୍ଛନ୍ନତା ବୁଲି ଦେଖିଥିଲେ । ଟିମ୍ ସହ ସତ୍ଯବାଦୀର ଅତିରିକ୍ତ ତହସିଲଦାର ଓ ପୋଲିସ ସାମିଲ ହୋଇଥିଲେ ।

କଣାସର ଝାଡାବାନ୍ତି ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସାକ୍ଷୀଗୋପାଳ ଚଢ଼ଉ ହେବା ଘଟଣା ଦେଖି ହୋଟେଲ ଓ ଜଳଖିଆ ଦୋକାନିମାନ ଛାନିଆ ହୋଇଥିବା ପରିଲକ୍ଷିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande