
ଭୁବନେଶ୍ୱର, ୧୯ ଫେବୃଆରୀ (ହି.ସ.) - ହଳଦିଆପଦର ବ୍ରିଜ୍ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଯେଉଁଦିନରୁ ବ୍ରିଜ ତିଆରି ହୋଇଛି, ସେବେଠାରୁ ଡିଜାଇନ ଭୁଲ୍ ଅଛି। ଏଥିପାଇଁ ବହୁତ ଜୀବନ ଅକାରଣରେ ଗଲାଣି। ସ୍ୱାର୍ଥ ସାଧନ ପାଇଁ ଯେଉଁ କାମ କରାଯାଇଥିଲା ତାକୁ ସମସ୍ତେ ନିନ୍ଦା କରୁଛନ୍ତି। ବ୍ରିଜ ପ୍ରସଙ୍ଗରେ ଆଗରୁ ବହୁତଥର ସ୍ୱର ଉତୋଳନ କରିଛି। ହଳଦିଆପଦର ଦୁର୍ଘଟଣା ପରେ ଏବେ ସମସ୍ତଙ୍କ ଆଖି ଖୋଲିଯାଇଛି। ଆଗକୁ ହଳଦିଆପଦର ବ୍ରିଜ୍ ଡିଜାଇନ୍ ଭଲ ଭାବେ କରାଯିବ।
ସୂଚନାଯୋଗ୍ୟ ଯେ ଗତ ମାସରେ ହଳଦିଆପଦର ବ୍ରିଜ୍ ରେ ଏକ ଟ୍ରକ୍ ଏକାଧିକ ବାଇକ୍ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ୫ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହାସହ ୫ରୁ ଉର୍ଦ୍ଧ ଆହତ ମଧ୍ୟ ହୋଇଥିଲେ। ଭୁଲ ଡିଜାଇନ୍ ଯୋଗୁଁ ଉକ୍ତ ବ୍ରିକ୍ରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା