ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ
- ସମସ୍ତ ଅବୈଧ ଦଖଲରୁ ମୁକ୍ତ ହେବ ମହାପ୍ରଭୁଙ୍କ ସମ୍ପତି - ରାଜସ୍ୱ ବିଭାଗରେ ଖୋଲା ହେବ ଶ୍ରୀଜଗନ୍ନାଥ ମହାପ୍ରଭୁ ଜମି ଉପବିଭାଗ ଭୁବନେଶ୍ୱର, ୧୯ ଫେବୃଆରୀ (ହି.ସ.) - ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମ୍ବନ୍ଧୀୟ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍‌୍ୟରେ ଲୋକସେବା ଭବନରେ ରାଜସ୍ୱ ବିଭାଗ ସମ
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ


- ସମସ୍ତ ଅବୈଧ ଦଖଲରୁ ମୁକ୍ତ ହେବ ମହାପ୍ରଭୁଙ୍କ ସମ୍ପତି

- ରାଜସ୍ୱ ବିଭାଗରେ ଖୋଲା ହେବ ଶ୍ରୀଜଗନ୍ନାଥ ମହାପ୍ରଭୁ ଜମି ଉପବିଭାଗ

ଭୁବନେଶ୍ୱର, ୧୯ ଫେବୃଆରୀ (ହି.ସ.) - ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମ୍ବନ୍ଧୀୟ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍‌୍ୟରେ ଲୋକସେବା ଭବନରେ ରାଜସ୍ୱ ବିଭାଗ ସମ୍ମିଳନୀ କକ୍ଷରେ ରାଜସ୍ୱ ସଚିବଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା ଏବଂ ପୁନରୁଦ୍ଧାର ସମ୍ବନ୍ଧରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସମସ୍ତ ନିଷ୍ପତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନେବାକୁ ବୈଠକରେ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ସମସ୍ତ ଭୂ-ସମ୍ପତିର ଖତିୟାନ୍ ସଂଶୋଧନ ସହ ବିଭିନ୍ନ ଅପେକ୍ଷିତ ମାମଲାର ତୁରନ୍ତ ସମାଧାନ କରିବାକୁ ଡ. ପାଢୀ ଗୁରୁତ୍ୱ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତହସିଲ୍ ତଥା ଜାତୀୟ ଏବଂ ରାଜ୍ୟ ରାଜପଥ ନିକଟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ଥିବା ଜମିଜମାକୁ ଅବୈଧ ଦଖଲରୁ ମୁକ୍ତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି । ପ୍ରତ୍ୟେକ ମାସର ପ୍ରଥମ ବୁଧବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକୁ ବୈଠକରେ ନିଷ୍ପତି ହୋଇଛି ।ଏଥିସହିତ ମହାପ୍ରଭୁଙ୍କ ଜମିଜମା ସୁରକ୍ଷା ତଥା ପରିଚାଳନାକୁ ସୁଦୃଢ଼ କରିବା ନିମନ୍ତେ ରାଜସ୍ୱ ବିଭାଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଜମି ଉପବିଭାଗ ବା ଲ୍ୟାଣ୍ଡ୍ ସେଲ୍ ଅବସ୍ଥାପିତ କରାଯିବା ନିମନ୍ତେ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।ଏହି ପରିପ୍ରେକ୍ଷୀରେ ଆଗକୁ ମଧ୍ୟ ବିଭିନ୍ନ ସମୟରେ ରାଜସ୍ୱ ସଚିବଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟସ୍ତରୀୟ ବୈଠକ ସହିତ ଅନ୍ୟ ଜିଲ୍ଲାରେ ସମୀକ୍ଷା ବୈଠକ କରାଯିବ ବୋଲି ଡ. ପାଢୀ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଶ୍ରୀ ଦେବବ୍ରତ ସାହୁ, ରାଜସ୍ୱ ବିଭାଗର ଭୂସଂସ୍କାର ଶାଖାର ବରିଷ୍ଠ ଅଧିକାରୀବୃନ୍ଦ, ଖୋର୍ଦ୍ଧା ଜିଲ୍ଲାର ଉପଜିଲ୍ଲାପାଳ ଏବଂ ତହସିଲଦାରଗଣ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande